ମାସେ ହେଲା ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

the financial express

ପୁରୀ: ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକ ବିବାଦ କାରଣରୁ ମହାପ୍ରଭୁ ବନକଲାଗି ମାସେ ହେଲାଣି ଅଟକି ରହିଛି। ଆଜି ସୁଦ୍ଧା ବି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର ହୋଇପାରିନି। ଏଭଳି ସ୍ଥିତିରେ ଆଜିର ପରିଚାଳନା କମିଟି ଶେଷ ଆଶ୍ବାସନା ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଏହି ବୈଠକରୁ ନିଷ୍କର୍ସ ବାହାରିବ ବୋଲି ଆଶ୍ବାସନା ଦେଇଥିଲେ। ଏହି ବୈଠକ ପରେ ଆସନ୍ତା ୨ ତାରିଖ ବୁଧବାର ଅବା ୩ ତାରିଖ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ହେବା ନେଇ ନିଶ୍ଚିତ ଥିଲେ ଭକ୍ତ।

କାରଣ ଦତ୍ତ ମହାପାତ୍ର ସେବକ ବି ନରମି ଥିଲେ। ବୁଧବାର ଅବା ଗୁରୁବାର ବନକଲାଗି ପାଇଁ ପ୍ରସ୍ତୁତ ଅଛୁ ବୋଲି ଚିଠି କରି କହିଥିଲେ। କିନ୍ତୁ ତାହା ବି ବିଫଳ ଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ କରିବେ କହି ଭଣ୍ଡାଇଛି ଶ୍ରୀମନ୍ଦିର ପ୍ରଶାସନ। ଫଳସ୍ବରୂପ ଆଜି ବିଳମ୍ବିତ ରାତି ସୁଦ୍ଧା ବି ବନକଲାଗିର କୌଣସି ନିଷ୍କର୍ସ ବାହାରି ପାରିନି।

ଏଭଳି ବାଦବିବାଦ ଭିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ବି ହାତ ଟେକି ଦେଇଛନ୍ତି। ଅସୁସ୍ଥତାର କାରଣ ଦେଖାଇ ଛୁଟିରେ ରହିଛନ୍ତି। ଗଜପତି ମହାରାଜା ବି ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଭକ୍ତ ମହଲକୁ ଆନ୍ଦୋଳିତ କରିଛି। ମହାପ୍ରଭୁଙ୍କ ସହ ଏଭଳି ଘୃଣ୍ୟ ଷଡ୍‌ଯନ୍ତ୍ରକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe