ବନମାଳିପୁର ହରପାର୍ବତୀଙ୍କ ପୂଜାକୁ ୨୦ ବର୍ଷ ପୁରିଲା

Advertisment
ବନମାଳିପୁର ହରପାର୍ବତୀଙ୍କ ପୂଜାକୁ ୨୦ ବର୍ଷ ପୁରିଲା

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବନମାଳିପୁରର ହରପାର୍ବତୀଙ୍କ ପୂଜାକୁ ୨୦ ବର୍ଷ ପୁରିଛି। ବାଲିକୁଦା ପାଟଣା ମେଳଣ ପଡ଼ିଆରେ ହରପାର୍ବତୀ ସାଂସ୍କୃତିକ ପରିଷଦ ତରଫରୁ ଏହି ପୂଜା ଆୟୋଜନ କରାଯାଇଥାଏ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ପ୍ରତ୍ୟେକ ବର୍ଷ ହରପାର୍ବତୀଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରିଥାଆନ୍ତି। କରୋନା କଟକଣା ଯୋଗୁଁ ଭକ୍ତଙ୍କ ଆଗମନରେ ଫିକା ପଡୁଛି। ଗୁରୁବାର ଷଷ୍ଠୀ ଠାରୁ ବିଲ୍ଵବରଣ ଓ ଅଧିବାସ ହୋଇଥିଲା। ଶୁକ୍ରବାର କଳସ ଶୋଭାଯାତ୍ରା, ଘଟମଣ୍ଡଳାଦି ପୂଜା, ଚକ୍ଷୁଦାନ, ହବନ ଓ ସିନ୍ଧି ପୂଜା ହୋଇଛି।

ସେହିଭଳି ଶନିବାର ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ସର୍ବ ଦେବାଦେବୀ ପୂଜା, ଅଷ୍ଟମୀ ବିହିତ ପୂଜା, ମହାସ୍ନାନ, ଷୋଡଶ ଉପଚାର ପୂଜା, ଶିବସହସ୍ର ନାମ ପାଠ, ଚଣ୍ଡି ପାଠ ଓ ହୋମ କାର୍ଯ୍ୟ କରାଯାଇଛି। ରବିବାର ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ଶିବ ସ୍ତୋତ୍ର ପାଠ, ଚଣ୍ଡି ପାଠ ଏବଂ ସୋମବାର ଦୁର୍ଗା ସହସ୍ର ନାମ ପାଠ, ଚଣ୍ଡି ପାଠ, ଶିବ ତାଣ୍ଡବ ପାଠ, ଅପରାଜିତା ପୂଜା, କଙ୍କଣ ବନ୍ଧନ, ଚରୁ ରନ୍ଧନ, ବଡ଼ ଭୋଗ ପୂଜା ଲାଗି ହେବ।

ପରଂପରା ଅନୁସାରେ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ହୋମ, ଆଳତୀ ଓ ପୁଷ୍ପାଞ୍ଜଳି ପରେ ଦେବାଦେବୀ ମାନଙ୍କୁ ବିଶ୍ରାମ ଦିଆଯାଇଥାଏ। ସୋମବାର ରାତି ୯. ୪୫ ମିନିଟ ଠାରୁ ୧୦.୦୭ ମିନିଟ ମଧ୍ୟରେ ଘଟ ବିସର୍ଜନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ଜଣାପଡିଛି। ହରପାର୍ବତୀ ସାଂସ୍କୃତିକ ପରିଷଦର ସଭାପତି ବିଚିତ୍ରା ନନ୍ଦ ପାତ୍ର, ସମ୍ପାଦକ ସୁକାନ୍ତ କୁମାର ସାହୁ, କୋଷାଧକ୍ଷ ହେମନ୍ତ କୁମାର ସାହୁ, ବିଶ୍ୱରଂଜନ ପାତ୍ର, ବସନ୍ତ କୁମାର ସାହୁ ପ୍ରମୁଖ କୋଭିଡ଼ ଗାଇଡ଼ ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe