ବିଧାନସଭାରେ କଦଳୀ ଚର୍ଚ୍ଚା : ଓଡ଼ିଶା କଦଳୀକୁ ବ୍ରାଣ୍ଡିଂ କରିବାକୁ ପ୍ରସ୍ତାବ

Advertisment

୪/୫ ବର୍ଷ ଭିତରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବ: ମନ୍ତ୍ରୀ

୪/୫ ବର୍ଷ ଭିତରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବ: ମନ୍ତ୍ରୀ

ବିଧାନସଭାରେ କଦଳୀ ଚର୍ଚ୍ଚା : ଓଡ଼ିଶା କଦଳୀକୁ ବ୍ରାଣ୍ଡିଂ କରିବାକୁ ପ୍ରସ୍ତାବ

Gardening Know How

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ଆଜି ‘କଦଳୀ’କୁ ନେଇ ଚର୍ଚ୍ଚା ହୋଇଥିଲା। କଦଳୀ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହ ଏହାକୁ ବ୍ରାଣ୍ଡିଂ କରିବାକୁ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ। କୃଷି ମନ୍ତ୍ରୀ ପ୍ରସ୍ତାବକୁ ସ୍ବାଗତ କରିଥିଲେ। ଆସନ୍ତା ୪/୫ ବର୍ଷ ଭିତରେ କଦଳୀରେ ଓଡ଼ିଶା ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ସହ କଦଳୀ ରପ୍ତାନୀ କରିବ ବୋଲି ମନ୍ତ୍ରୀ ଜୋର୍‌ ଦେଇଥିଲେ।

ଓଡ଼ିଶାରେ କଦଳୀର ଆବଶ୍ୟକତା‌ ଓ ଅମଳ ସଂକ୍ରାନ୍ତରେ ସୌଭିକ ବିଶ୍ବାଳଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ ଯେ ଆମ ରାଜ୍ୟରେ ବର୍ଷର ସବୁ ସମୟରେ କଦଳୀର ଆବଶ୍ୟକତା ରହିଥାଏ। ରାଜ୍ୟରେ ବାର୍ଷିକ ପ୍ରାୟ ୨୨ ହଜାର ହେକ୍ଟର ଜମିରେ କଦଳୀ ଚାଷ କରାଯାଇ ୪ ଲକ୍ଷ ୮ ହଜାର ମେଟ୍ରିକ୍ ଟନ୍ କଦଳୀ ଅମଳ କରାଯାଏ। ଆବଶ୍ୟକତା ଓ ଉତ୍ପାଦନକୁ ଭିତ୍ତି କରି ଚମ୍ପା, ଗ୍ରାଣ୍ଡ୍ ନାଇନ୍, ବାମନ ଜାତୀୟ ପାଚିଲା କଦଳୀ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆମଦାନୀ କରିଥା’ନ୍ତି। ରାଜ୍ୟକୁ କଦଳୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜାତୀୟ ଉଦ୍ୟାନ କୃଷି ମିସନ୍ ଓ ରାଜ୍ୟ ଯୋଜନାରେ କଦଳୀ ଚାଷ ପାଇଁ ହେକ୍ଟର ପ୍ରତି ୪୦,୯୮୫ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ବୁନ୍ଦା ଜଳସେଚନ କଦଳୀ ଉତ୍ପାଦନରେ ଏକ ସ୍ବତନ୍ତ୍ର ଭୂମିକା ରଖିଥାଏ। ବୁନ୍ଦା ଜଳସେଚନ ନିମନ୍ତେ ମଧ୍ୟ ୮୦/୯୦% ରିହାତି ପ୍ରଦାନ କରାଯାଉଛି। କଦଳୀ ବିକ୍ରିବଟାର ସୁବିଧା ପାଇଁ କଦଳୀ ପଚାଇବା ଗୃହ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୩୫/୫୦ ପ୍ରତିଶତ ରିହାତି ଯୋଗାଇ ଦେଉଛନ୍ତି। ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷରୁ ରାଜ୍ୟ ଯୋଜନାରେ ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ କଦଳୀ ଉତ୍ପାଦନ ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଏକଚକିଆ କଦଳୀ ଚାଷ ନିମନ୍ତେ ହେକ୍ଟର ପ୍ରତି ଏକ ଲକ୍ଷ ଟଙ୍କା ସହାୟତାରେ ସମସ୍ତ ଦ୍ରବ୍ୟ ଯୋଗାଇବାର ବ୍ୟବସ୍ଥା ନିମନ୍ତେ ଯୋଜନା କରାଯାଉଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବିଶ୍ବାଳ ପଚାରିଥିଲେ ଯେ ଅଧିକାଂଶ ‌କଦଳୀ ବ୍ୟବସାୟୀ ଆନ୍ଧ୍ରରୁ କଦଳୀ ଆଣୁଥିବା କହୁଛନ୍ତି। ଓଡ଼ିଶା କେବେ କଦଳୀରେ ଆତ୍ମନିର୍ଭରଶୀଳ ହେବ ? ଅତିରିକ୍ତ ପ୍ରଶ୍ନ ପଚାରି ସୁରେଶ ରାଉତରାୟ ପୁରୀର ବିଭିନ୍ନ ସ୍ଥାନରେ ଦେଶୀ କଦଳୀକୁ ପ୍ରୋତ୍ସାହନ ଦେବାକୁ କହିଥିଲେ। ପାଟକପୁରା କଦଳୀ ପରି ଓଡ଼ିଶାର କଦଳୀକୁ ନେଇ ବାହାରେ ବ୍ରାଣ୍ଡିଂ କରିବାକୁ ଅମର ଶତପଥୀ ପ୍ରସ୍ତାବ ଦେଇଥିଲେ। ଗଣେଶ ରାମ ଖୁଣ୍ଟିଆ ମୟୂରଭଞ୍ଜର ଜମି କଦଳୀ ଚାଷ ପାଇଁ ଉପଯୁକ୍ତ କି ନାହିଁ, ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଆନ୍ଧ୍ରରୁ ଆଉ ଅଧିକ କଦଳୀ ଆସୁ ନାହିଁ। ସେମିତି ସ୍ଥିତି ଏବେ ନାହିଁ। କଦଳୀ ଉତ୍ପାଦନ ପାଇଁ ବଢ଼ାଇବା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ କଦଳୀ ଚାଷ‌େର ଆଗ୍ରହ ରଖୁଥିବା ବିଧାୟକଙ୍କୁ ନେଇ କୃଷି ମନ୍ତ୍ରୀ ରାଜମନ୍ଦ୍ରି ନିକଟସ୍ଥ ରାବୁଲ୍‌ପଲମ୍‌କୁ ଯା’ନ୍ତୁ। ସେଠାରୁ ଦିକୁ କିପରି ୧୦ ହଜାର କଦଳୀ ଟ୍ରକ୍ ବାହାରୁଛି, ତାହାକୁ ଦେଖନ୍ତୁ। କଦଳୀ ଉତ୍ପାଦନ କିପରି ବଢ଼ିପାରିବ, ସେଠାରୁ ପ୍ରତ୍ୟକ୍ଷ ଜ୍ଞାନ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe