ଭୁବନେଶ୍ବର : ଯାଜପୁର ଜିଲ୍ଲା ବରୀ-ଧାରପୁର ପଞ୍ଚାୟତ କେନ୍ଦୁଆ ଗ୍ରାମର ବିଶିଷ୍ଟ କଣ୍ଠଶିଳ୍ପୀ ବାଞ୍ଛାନିଧି ଦାସଙ୍କର ଗତ ୩୧ ତାରିଖରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା। ସେ ୧୯୧୮ ମସିହା ଏପ୍ରିଲ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର କଣ୍ଠଶିଳ୍ପୀ ଜୀବନ ନଗେସପୁର ଯାତ୍ରାପାର୍ଟିରୁ ଆରମ୍ଭ କରି ଉତ୍ତରକୂଳ, ବେଣୀରାମପୁର, ଆଲ୍ୟାବାଦ ପ୍ରଭୃତି ବହୁ ଯାତ୍ରାପାର୍ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ କାର୍ଯ୍ୟ କରିଥିଲେ। ଶାସ୍ତ୍ରୀୟ ସଂଗୀତ, ଭୋକାଲ ଓ ହିନ୍ଦୁସ୍ଥାନୀ ଭୋକାଲ ଆଦି ସଂଗୀତ ଗାଇ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କର ସେ ଥିଲେ ପ୍ରଥମ ଗୁରୁ। ସେ ଗରିବ ପରିବାରର ହୋଇଥିଲେ ମଧ୍ୟ ସରକାରଙ୍କ ପାଖରୁ ଶେଷ ଜୀବନ ପର୍ଯ୍ୟନ୍ତ କୌଣସି ପ୍ରେତ୍ସାହନ ପାଇନଥିଲେ। ସ୍ବର୍ଗତ ଦାସଙ୍କ ପରି ଜଣେ ଶତାୟୁ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କ ମୃତ୍ୟୁରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପୁତ୍ର ଶିବପ୍ରସାଦ ଦାସ ମଧ୍ୟ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ପରିଚିତ।
ବିଶିଷ୍ଟ କଣ୍ଠଶିଳ୍ପୀ ବାଞ୍ଛାନିଧି ଦାସଙ୍କ ପରଲୋକ
Advertisment
Follow Us