୧୫ ମିନିଟ୍‌ ଅଟକି ରହିଲା ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

Advertisment
୧୫ ମିନିଟ୍‌ ଅଟକି ରହିଲା ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ବାହାନଗା : ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଶନିବାର ସକାଳେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ପଣପଣା ଷ୍ଟେସନ୍‌ ପାଖ ବେଗୁନିଆଠାରେ ୧୫ ମିନିଟରୁ ଅଧିକ ସମୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଭାରତର ସବୁଠାରୁ ଦ୍ରୁତଗାମୀ ଓ ମହଙ୍ଗା ଟ୍ରେନ୍‌ ଏତେ ସମୟ ଧରି ଠିଆ ହୋଇ ରହିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଥିଲେ। ଲାଇନ୍ କ୍ଲିୟର୍‌ ହେବା ପରେ ଟ୍ରେନଟି ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

ପ୍ରକାଶଥାଉକି, ଗତ ସପ୍ତାହରେ କାଳବୈଶାଖୀ ଝଡ଼ ଯୋଗୁଁ ଭଦ୍ରକ ମଞ୍ଜୁରୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣି ସଂଯୋଗ ବନ୍ଦ ହୋଇଯାଇଥିଲା। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଆପତକାଳୀନ କବାଟ ମଧ୍ୟ ଖୋଲିନଥିଲା।

ଗତ ୨୩ ତାରିଖ ବିଳମ୍ବିତ ରାତିରେ ଡିଜେଲ ଇଞ୍ଜିନ୍ ଦ୍ବାରା ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ାରେ ପହଞ୍ଚିଥିଲା। ଏହାପରେ ଏହାର ମରାମତି କାମ ହୋଇଥିଲା ଓ ଏଥିରେ ୧୨ ଜଣ ଯନ୍ତ୍ରୀଙ୍କ ସମେତ ୩୫ ଜଣ କର୍ମଚାରୀ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe