ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗ: ବିବାଦ ପୂରାଇେଲ ବିରୋଧୀ

ନିରଞ୍ଜନ ଓ ବିଜୟଙ୍କ ମନ୍ତବ୍ୟ ନେଇ ଭିନ୍ନ ଚର୍ଚ୍ଚା, ନବୀନଙ୍କ ପରେ ସଂଜୟ ନିବେଦନ କଲେ

ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧିର କାରଣ କ’ଣ ଶୀତ ଦିନ: ନିରଞ୍ଜନ

New Indian Express

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବନ୍ଦେ ଉତ୍କଳ ଗାନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏ ପ୍ରସଙ୍ଗରେ ବିଭିନ୍ନ ବର୍ଗଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ନିବେଦନ କରିଛନ୍ତି। ବିେରାଧୀ ଦଳର କିଛି ନେତା କିନ୍ତୁ ଏଥିରେ କେଁ ପୂରାଇଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟ ସରକାରଙ୍କୁ ଅକଳରେ ପକାଇବା ଭଳି।

publive-image Molitics

ଶ୍ରୀ ଦାସବର୍ମା ଆଜି କହିଛନ୍ତି, ସାରା ବିଶ୍ୱ ବର୍ତମାନ କୋରନା ମହାମାରୀର ମୁକାବିଲା କରିବାରେ ଲାଗିଛି। ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତବ୍ୟ ତୁଲାଉଥିବା ସମସ୍ତଙ୍କୁ ଯେପରି ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୁଲିସ କର୍ମଚାରୀ, ଆଶା ଦିଦି, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏବଂ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ରାଜ୍ୟ ଭିତରେ ଏବଂ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ବନ୍ଦେଉତ୍କଳ ଜନନୀ ଆସନ୍ତା ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ସାମୁହିକ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ୩୦ଟି ଜିଲ୍ଲା ଓ ୨ଟି ସାଂଗଠନିକ ଜିଲ୍ଲା ସହିତ ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମ୍ମାନ ଜଣାଇ ବିଜେଡିର ତୃଣମୂଳସ୍ତରର କର୍ମୀ, ନିର୍ବାଚିତ ପ୍ରତିନିଧି, ବିଧାୟକମନେ ନିଜ ନିଜ ଅଂଚଳରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି, ଏହାର ଆହୁରି ଭଲ ପ୍ରଭାବ ପଡିବ, ଯଦି ସେ ନିଜେ ସବୁ ବିରୋଧୀ ଦଳଙ୍କୁ ଡାକି ବିଧାନସଭା ସାମ୍ନାରେ ଗାଇବେ। ତାଙ୍କ ସାଙ୍ଗରେ ଆମେ ସମସ୍ତେ ଗାନ କରିବୁ।

publive-image OST

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ସଚିବାଳୟ ଆଗରେ ସାମାଜିକ ଦୂରତା ରଖି ସବୁ ଦଳର ନେତାମାନଙ୍କ ସହ ଛିଡା ହୋଇ ରୁହନ୍ତୁ। ନିଜେ ଗାନ କରନ୍ତୁ। କୌଣସି ବୈଷୟିକ ସହାୟତା ନ ନେଇ ସେ ବୋଲିବା ଉଚିତ୍। ଆମେ ସମସ୍ତେ ଉପସ୍ଥିତ ରହିବୁ। ସିଏ ଗାନ କରିବେ ଓ ସେ ଗାନ ସାଙ୍ଗରେ ସ୍ୱର ମିଳାଇବୁ। ଏହା ସହ ରାଜ୍ୟରେ ଯେଉଁମାନେ ଏ ଗାନ କରିବେ, ସେମାନେ ତିନି ଥର ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ କହିବା ଲାଗି ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ଯେହେତୁ କରୋନା ଭଳି ଭୟଙ୍କର ବିପତ୍ତି ସମୟରେ ମହାପ୍ରଭୁ ଓଡ଼ିଶାକୁ ସାହା ହୋଇଛନ୍ତି, ଏଣୁ ତାଙ୍କୁ ସ୍ମରଣ କରିବା ଲାଗି ବିଜୟ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe