ଅର୍ଥନୈତିକ ଅବରୋଧ

Advertisment
ଅର୍ଥନୈତିକ ଅବରୋଧ

ରାଉରକେଲା : ଶିଳ୍ପ ପ୍ରଦୂଷଣ ବନ୍ଦ ଦାବିରେ ଆଜିଠାରୁ କୁଆରମୁଣ୍ଡାରେ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଆନ୍ଦୋଳନକାରୀମାନେ କାରଖାନା ଗୁଡ଼ିକୁ ସଂଯୋଗ ବିଭିନ୍ନ ସ୍ଥାନରେ ବସି ରହିଥିବାରୁ ଆଧୁନିକ୍‌ ମେଟାଲିକ୍‌, ଶ୍ରୀ ଗଣେଶ କାରଖାନା ସମେତ ୬ଟି ବଡ଼ ସ୍ପଞ୍ଜ କାରଖାନାକୁ ମାଲ ପରିବହନ ସମ୍ପୂର୍ଣ୍ଣ ରହିଛି। ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆହୂତ ବୈଠକ ବିଫଳ ହୋଇଛି। ପ୍ରଦୂଷଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି।

ଆଜି ପୂର୍ବାହ୍ନ ୬ଟାରୁ କୁଆରମୁଣ୍ଡାରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆରମ୍ଭ ହୋଇଥିଲା। କୁଆରମୁଣ୍ଡା ନାଗରିକ କମିଟିର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ମହିଳା ଓ ଯୁବକମାନେ କାରଖାନାକୁ ସଂଯୋଗ ସବୁ ରାସ୍ତାରେ ଧାରଣା ଦେଇଥିଲେ। ଫଳରେ କୌଣସି କାରଖାନାରୁ ଉତ୍ପାଦିତ ସାମଗ୍ରୀ ବାହାରକୁ ଯାଇ ପାରିନଥିଲା। ସେହିପରି କଞ୍ଚା ମାଲ୍‌ ମଧ୍ୟ କାରଖାନା ଭିତରକୁ ଆସି ପାରିନାହିଁ। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ଅପରାହ୍‌ଣରେ ପାନପୋଷ ଉପ ଜିଲ୍ଲାପାଳ ହିମାଂଶୁ ଶେଖର ବେହେରା କୁଆରମୁଣ୍ଡା ଆସି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ନାଗରିକ କମିଟି ସହ ଆଲୋଚନା କରିଥିଲେ। ଆଲୋଚନା ବିଫଳ ହେବା ପରେ ଆଜି ରାତିରେ ମଧ୍ୟ ଆନ୍ଦୋଳନକାରୀମାନେ ଅର୍ଥନୈତିକ ଅବରୋଧ କରିଛନ୍ତି। ଏହି ଆନ୍ଦୋଳନ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ନାଗରିକ କମିଟି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe