ଓପେପା ଅଫିସ ସମ୍ମୁଖରେ ବିକ୍ଷୋଭ, କଳାହାଣ୍ଡିରେ ବନ୍ଦ

Advertisment

କଳାହାଣ୍ଡିରେ ଶିକ୍ଷା ସହାୟକ ଆଶାୟୀଙ୍କୁ ବିରୋଧ ପ୍ରସଙ୍ଗ

କଳାହାଣ୍ଡିରେ ଶିକ୍ଷା ସହାୟକ ଆଶାୟୀଙ୍କୁ ବିରୋଧ ପ୍ରସଙ୍ଗ

ଓପେପା ଅଫିସ ସମ୍ମୁଖରେ ବିକ୍ଷୋଭ, କଳାହାଣ୍ଡିରେ ବନ୍ଦ

ଭୁବନେଶ୍ୱର : ଅନ୍ୟ ଜିଲ୍ଲାର ଶିକ୍ଷା ସହାୟକ ଆଶାୟୀ ପ୍ରାର୍ଥୀମାନେ ସୋମବାର ସାର୍ଟିଫିକେଟ୍‌ ଯାଞ୍ଚ ଲାଗି କଳାହାଣ୍ଡି ଯାଇଥିବା ବେଳେ ସେଠାରେ ସ୍ଥାନୀୟ ଆଶାୟୀଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଆଶାୟୀମାନେ ଅନ୍ୟ ଜିଲ୍ଲାର ଆଶାୟୀଙ୍କୁ ସାର୍ଟିଫିକେଟ୍‌ ଯାଞ୍ଚ ଲାଗି ସୁଯୋଗ ଦେଇ ନ ଥିଲେ ଏବଂ କାଗଜପତ୍ର ଛଡ଼ାଇ ନେବା ସହ କେତେଜଣଙ୍କୁ ଆକ୍ରମଣ ବି କରିଥିଲେ। ଯେଉଁଥିପାଇଁ ଅନ୍ୟ ଜିଲ୍ଲାର ୫୦୦ରୁ ଅଧିକ ଆଶାୟୀ ସାର୍ଟିଫିକେଟ୍‌ ଯାଞ୍ଚ କରି ନ ପାରି ଫେରି ଆସିଥିଲେ। ଏହାର ପ୍ରତିବାଦରେ ଆଜି ଆଶୟୀ ଶିକ୍ଷା ସହାୟକ ପ୍ରାର୍ଥୀମାନେ ଓପେପା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ କଳାହାଣ୍ଡିରେ ସାର୍ଟିଫିକେଟ୍‌ ଯାଞ୍ଚ କରିବା ସମୟରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଅନ୍ୟ ଜିଲ୍ଲାରୁ ଆସିଥିବା ଆଶାୟୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଧାର କାର୍ଡ ସମେତ ବିଭିନ୍ନ ସାର୍ଟିଫିକେଟ୍‌ ଛଡ଼ାଇ ନେଇଥିଲେ। ମହିଳା ଶିକ୍ଷା ସହାୟକଙ୍କୁ ବି ଆକ୍ରମଣ କରିଥିଲେ। ଜାଗା ଛାଡ଼ି ଚାଲିଯିବାକୁ ଧମକ ଦେବା ସହ ଗୋଡ଼ାଇଥିଲେ। ଏଥିରେ ଅନେକ ଆଶାୟୀ ବି ଆହତ ହୋଇଥିଲେ। ଜୀବନବିକଳରେ କଳାହାଣ୍ଡି ଛାଡ଼ି ପଳାଇ ଯାଇଥିଲେ। ରାଜ୍ୟ ସରକାର ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି। କଳାହାଣ୍ଡି ବଦଳରେ ଭୁବନେଶ୍ୱରରେ ସାର୍ଟିଫିକେଟ୍‌ ଯାଞ୍ଚ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଅନୁରୋଧ କରିଛନ୍ତି। ଘଟଣା ନେଇ ଓପେପା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ପୁନିଆ କହିଛନ୍ତି ଯେ ସମସ୍ୟାର ସମାଧାନ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଆମ କଳାହାଣ୍ଡି ପ୍ରତିନିଧି ଜଣାଇଛନ୍ତି ଯେ କେବଳ ଜିଲ୍ଲାର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି କରି ଓ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ବିରୋଧ କରି ଜିଲ୍ଲାରେ କଳାହାଣ୍ଡି ବନ୍ଦ ଡାକରା ଦିଆ ଯାଇଥିଲା। ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ ଓ ପିକେଟିଂ କରିଥିଲେ। ୯ ମହିଳାଙ୍କ ସମେତ ୩୮ଜଣକୁ ପୁଲିସ ଗିରଫ କରିଥିଲା।

ସେପଟେ ବୁଧବାର ଦିନ ମଧ୍ୟ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ଡିଆଇଇଟି ପରିସରରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। ବୁଧବାର ସକାଳ ୮ଟାରୁ ପ୍ରାର୍ଥୀମାନଙ୍କୁ ଡିଆଇଇଟି ପରିସରକୁ ପ୍ରବେଶ କରାଇ ଆବେଦନ ଯାଞ୍ଚ କରାଯାଇଥିଲା। ଅନ୍ୟ ଜିଲ୍ଲାର ପ୍ରାର୍ଥଙ୍କୁ ପ୍ରବଳ ବିରୋଧ ସତ୍ତ୍ୱେ ୧୪୨୪ ଜଣ ପ୍ରାର୍ଥୀଙ୍କ ପ୍ରମାଣ ପତ୍ର ଯାଞ୍ଚ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe