ବାଂଲାଦେଶ ଯାଉଛି ଓଡ଼ିଶା ବାଲି

Advertisment

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ହୋଇ ପାରୁନି। ମାଫିଆମାନେ ସୁବର୍ଣ୍ଣରେଖା ନଦୀରୁ ବାଲି କୋରି ନେଉଛନ୍ତି। ବାଲିକୁ ପଶ୍ଚିମବଙ୍ଗର ହଳଦିଆରେ ପ୍ୟାକେଟ୍‌ କରି ବାଂଲାଦେଶ ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ହୋଇ ପାରୁନି। ମାଫିଆମାନେ ସୁବର୍ଣ୍ଣରେଖା ନଦୀରୁ ବାଲି କୋରି ନେଉଛନ୍ତି। ବାଲିକୁ ପଶ୍ଚିମବଙ୍ଗର ହଳଦିଆରେ ପ୍ୟାକେଟ୍‌ କରି ବାଂଲାଦେଶ ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି।

dsxcxcd

ଜଳେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ହୋଇ ପାରୁନି। ମାଫିଆମାନେ ସୁବର୍ଣ୍ଣରେଖା ନଦୀରୁ ବାଲି କୋରି ନେଉଛନ୍ତି। ବାଲିକୁ ପଶ୍ଚିମବଙ୍ଗର ହଳଦିଆରେ ପ୍ୟାକେଟ୍‌ କରି ବାଂଲାଦେଶ ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ସୁବର୍ଣ୍ଣରେଖା ନଦୀ ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ତହସିଲ୍‌ ଅନ୍ତର୍ଗତ ବିସ୍ତୀର୍ଣ୍ଣ ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ଜଳେଶ୍ୱର ବ୍ଲକ୍‌ ଓଲମରା ପଞ୍ଚାୟତ ଅଧୀନ ରାଜନଗରଠାରୁ ଗୋବରଘାଟା ଯାଏଁ ଏହି ନଦୀ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦେଇ ପ୍ରବାହିତ। ତେବେ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଓ ଗୁଆଗଡ଼ିଆ ଅଞ୍ଚଳ ଉପରେ ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ନଜର ପଡ଼ିଛି। ସେମାନେ ନିଜ ରାଜ୍ୟର ସରକାରଙ୍କଠାରୁ ଅନୁମତି ଆଣିଥିଲେ ମଧ୍ୟ ପରିବେଶ ଆଇନକୁ ଉଲ୍ଲଂଘନ କରି ଦିନରାତି ବେଆଇନ ବାଲି ଉତ୍ତୋଳନ କରୁଛନ୍ତି। ଏଥିପାଇଁ ୬ଟିରୁ ଅଧିକ ଜେସିବି ସହ ଶତାଧିକ ଟ୍ରାକ୍ଟର୍‌, ଟ୍ରକ୍‌ ଓ ଡମ୍ପର୍‌ ବ୍ୟବହାର ହେଉଛି। ଉତ୍ତୋଳିତ ବାଲି ପଶ୍ଚିମବଙ୍ଗ ହଳଦିଆସ୍ଥିତ ଏକ କାରଖାନାକୁ ଯାଉଛି। 

ସେଠାରେ ବାଲିକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପ୍ୟାକିଂ କରାଯାଇ ସମୁଦ୍ର ପଥରେ ବାଂଲାଦେଶ ସହ ଦେଶର ବିଭିନ୍ନ ପ୍ରାନ୍ତକୁ ଚାଲାଣ କରାଯାଉଛି। ଏହି ବାଲି କାରବାର ପଛରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି ପଶ୍ଚିମବଙ୍ଗର ଜଣେ ବ୍ୟବସାୟୀ। ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁରରେ ତାଙ୍କର ଇଟାଭାଟି ରହିଛି। ଭାଟିକୁ କଞ୍ଚାମାଲ୍‌ ନେବା ଓ ଇଟା ରତ୍ପାନି କରିବା ପାଇଁ ସେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ଅନ୍ତଃରାଜ୍ୟ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ଏହି ପୋଲକୁ ବ୍ୟବସାୟୀ ଜଣକ ବାଲି ଚାଲାଣ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ତେବେ ପଶ୍ଚିମବଙ୍ଗକୁ ଯିବା ପାଇଁ ଉକ୍ତ ପୋଲ ଏକମାତ୍ର ମାଧ୍ୟମ ହୋଇଥିବାରୁ ଜନସାଧାରଣ ପ୍ରତିବାଦ କି ଅଭିଯୋଗ କରିପାରୁ ନାହାନ୍ତି।

ଏ ନେଇ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ନିକଟରେ ଓସାକ୍‌ର ଏକ ଉଚ୍ଚସ୍ତରୀୟ ଟିମ୍‌ ପ୍ରହରାଜପୁର ଓ ଗୁଆଗଡ଼ିଆ ଗାଁକୁ ଯାଇ ତଦନ୍ତ କରିଛି। ରିପୋର୍ଟ ପ୍ରସ୍ତୁତ କରି ଓଡ଼ିଶା ସରକାରଙ୍କୁ ଦିଆ‌ଯାଇଛି। ସୀମା ନିର୍ଦ୍ଧାରଣ ପାଇଁ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଆଶା କରାଯାଉଛି; ଶୀଘ୍ର ସମସ୍ୟାର ସମାଧାନ ହେବ ଏବଂ ବେଆଇନ ବାଲି ଚାଲାଣ ଉପରେ ରୋକ୍‌ ଲାଗିବ।
ଉଲ୍ଲେଖଥାଉକି; ସୁବର୍ଣ୍ଣରେଖା ନଦୀତଟବର୍ତ୍ତୀ ଅଞ୍ଚଳରେ ସୀମା ଚିହ୍ନଟ ନ ହେବା ପଶ୍ଚିମବଙ୍ଗ ବାଲି ମାଫିଆଙ୍କୁ ସୁହାଉଛି। ସେମାନେ ନଦୀରୁ ମନଇଚ୍ଛା ବାଲି ଉତ୍ତୋଳନ କରି ମାଲାମାଲ୍‌ ହେଉଛନ୍ତି। ଅପରପକ୍ଷରେ ଓଡ଼ିଶା ସରକାର ପ୍ରତିବର୍ଷ ଶହ ଶହ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଫଳରେ ସରକାରୀ କଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe