Bangladeshi asylum case: ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଘଟଣା: ଯାଜପୁରରୁ ଧରାପଡ଼ିଲା ସିକନ୍ଦର, ଜେଲ୍‌ ଗଲେ ଦୁଇ ଅଭିଯୁକ୍ତ

ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଓ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା ଜଗତସିଂହପୁର ଥାନା ତରିକୁନ୍ଦ ପଞ୍ଚାୟତ ଧନୀପୁର ଗାଁର ଅବଦୁଲ ଜବାର ଖାନ୍‌ଙ୍କ ଦୁଇ ପୁଅ ସିକନ୍ଦର ଆଲମ ଖାନ୍‌ ଓ ଅବଦୁଲ ମୁତଲିବ ଖାନ୍‌କୁ ପୁଲିସ ଗିରଫ କରିଛି।

djgdgjgjjgjg

ଜଗତସିଂହପୁର/ବିଂଝାରପୁର: ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଓ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା ଜଗତସିଂହପୁର ଥାନା ତରିକୁନ୍ଦ ପଞ୍ଚାୟତ ଧନୀପୁର ଗାଁର ଅବଦୁଲ ଜବାର ଖାନ୍‌ଙ୍କ ଦୁଇ ପୁଅ ସିକନ୍ଦର ଆଲମ ଖାନ୍‌ ଓ ଅବଦୁଲ ମୁତଲିବ ଖାନ୍‌କୁ ପୁଲିସ ଗିରଫ କରିଛି। ପୁଲିସକୁ ଆକ୍ରମଣ କରି ଦୁଇଭାଇ ଗତ ୧୬ ତାରିଖରୁ ଫେରାର ଥିଲେ। ଫେରାର ଦୁଇ ଭାଇ ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅନ୍ତର୍ଗତ ଅଳକୁଣ୍ଡ ଗାଁକୁ ଆସି ସେକ୍‌ ମୁସଲିମଙ୍କ ଘରେ ଆଶ୍ରୟ ନେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜଗତସିଂହପୁର ପୁଲିସ ଶୁକ୍ରବାର ବିଳମ୍ବିତ 
ରାତିରେ ଅଳକୁଣ୍ଡରୁ ଦୁଇଜଣଙ୍କୁ ଉଠାଇ ନେଇଛି। ସିକନ୍ଦର ପାଖରୁ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ସହ ପାସ୍‌ପୋର୍ଟ ଜବତ ହୋଇଛି। ସେମାନଙ୍କ ଠାରୁ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ସିକନ୍ଦର ଓ ମୁତଲିବ ବାଂଲାଦେଶୀଙ୍କୁ ଭଡ଼ାଘରେ ରଖିଥିଲେ। ଏ ସଂପର୍କରେ ସୂଚନାପାଇ ଗତ ୧୬ ତାରିଖ ସଂଧ୍ୟାରେ ଜଗତସିଂହପୁର ପୁଲିସ ଚଢ଼ଉ କରିଥିଲେ। ଏହି ସମୟରେ ଦୁଇଭାଇ ଅନ୍ୟମାନଙ୍କ ସହ ମିଶି ପୁଲିସକୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ବେଆଇନ ଭାବେ ବାଂଲାଦେଶୀଙ୍କୁ ଘରେ ରଖିବା ଓ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ଜଗତସିଂହପୁର ପୁଲିସ ୯୧୨/୨୫ରେ ଏକ ମାମଲା ରୁଜୁ କରିଥିଲା।

ଭାଇ ମୁତଲିବକୁ ବି ମାଡ଼ିବସିଲା ପୁଲିସ
ଜେଲ୍‌ ଗଲେ ଦୁଇ ଅଭିଯୁକ୍ତ

ମିଳିଥିବା ସୂଚନା ଅନୁସାରେ, ସିକନ୍ଦର ଓ ତା’ ଭାଇ ପ୍ରଥମେ କେନ୍ଦ୍ରାପଡ଼ା ଏବଂ ପରେ ଯାଜପୁର ଚାଲି ଯାଇଥିଲେ। ଅଳକୁଣ୍ଡ ଅଞ୍ଚଳରେ ଜଣେ ଡ୍ରାଇଭର ବନ୍ଧୁଙ୍କ ଘରେ ଆତ୍ମଗୋପନ କରିଥିଲେ। ସେହି ଡ୍ରାଇଭର ତରିକୁନ୍ଦ ଅଞ୍ଚଳରେ ଗାଡ଼ି ଚଳାଉଥିବା ବେଳେ ସିକନ୍ଦର ସହ ଚିହ୍ନା ପରିଚିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ସିକନ୍ଦର ଯେଉଁମାନଙ୍କୁ ଆଶ୍ରୟ ଦେଇଥିଲା ସେଥିରୁ କେତେକ ବାଂଲାଦେଶୀ ବୋଲି ଚିହ୍ନଟ ହୋଇ ସାରିଛନ୍ତି। ବେଆଇନ ମଦ୍ରାସା ନାଁରେ ବିଦେଶରୁ ଅର୍ଥ ଆଣିଥିବା ସନ୍ଦେହ କରି ପୁଲିସ ଖୋଳତାଡ଼ ଜାରି ରଖିଛି। ପଶ୍ଚିମବଙ୍ଗ, ମୁମ୍ବାଇ, ଚେନ୍ନାଇ, କେରଳରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ପୁଲିସ ଯାଞ୍ଚ ଚଳାଇଛି। ବାଂଲାଦେଶୀ ଲିଙ୍କ୍ ରହିଥିବାରୁ ଏନ୍‌ଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା) ହାତକୁ ମାମଲା ଯାଇପାରେ ବୋଲି କୁହାଯାଉଛି।
ଆଜି ରାତିରେ ଜଗତସିଂହପୁର କୋର୍ଟରେ ହାଜର ପରେ ୨ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe