ବାଂଲାଦେଶୀ ନାବାଳିକା ଚାଲାଣ ଘଟଣା: ଦେହ ଦଲାଲଙ୍କ ତାଲିକା ଲମ୍ବୁଛି

Advertisment

ବାଂଲାଦେଶୀ ନାବାଳିକା ଚାଲାଣ ଘଟଣାରେ ପୁଲିସ ସ୍କାନରରେ ଥିବା ମୁଖ୍ୟ କାର୍ପଟଦାରଙ୍କ ସମେତ ୬ ଜଣ ଏବେ ବି ଫେରାର ଅଛନ୍ତି। ଏହି ତାଲିକାରେ ବାଂଲାଦେଶର ମୁଖ୍ୟ ଅଭିଯୁକ୍ତ ଲିଟନ୍ ଦାସ ଓ ମୌସୁମୀ ନାୟକ, ଚାଲାଣକାରୀ କୋଲକାତାର...

ବାଂଲାଦେଶୀ ନାବାଳିକା ଚାଲାଣ ଘଟଣାରେ ପୁଲିସ ସ୍କାନରରେ ଥିବା ମୁଖ୍ୟ କାର୍ପଟଦାରଙ୍କ ସମେତ ୬ ଜଣ ଏବେ ବି ଫେରାର ଅଛନ୍ତି। ଏହି ତାଲିକାରେ ବାଂଲାଦେଶର ମୁଖ୍ୟ ଅଭିଯୁକ୍ତ ଲିଟନ୍ ଦାସ ଓ ମୌସୁମୀ ନାୟକ, ଚାଲାଣକାରୀ କୋଲକାତାର...

bargirl

କଟକ: ବାଂଲାଦେଶୀ ନାବାଳିକା ଚାଲାଣ ଘଟଣାରେ ପୁଲିସ ସ୍କାନରରେ ଥିବା ମୁଖ୍ୟ କାର୍ପଟଦାରଙ୍କ ସମେତ ୬ ଜଣ ଏବେ ବି ଫେରାର ଅଛନ୍ତି। ଏହି ତାଲିକାରେ ବାଂଲାଦେଶର ମୁଖ୍ୟ ଅଭିଯୁକ୍ତ ଲିଟନ୍ ଦାସ ଓ ମୌସୁମୀ ନାୟକ, ଚାଲାଣକାରୀ କୋଲକାତାର ବାବୁ ଦାସ ଓ ପତ୍ନୀ ମାୟା ଖାଁ, ଭୁବନେଶ୍ବରର ଗୋପୀ ଓ ବାରିପଦାର ଦିଦି ଅଛନ୍ତି। ସେମାନେ ନିଜର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଛନ୍ତି। ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନାହିଁ। ନାବାଳିକାଙ୍କୁ ବାବୁ ଦାସ ଭୁବନେଶ୍ବରର ଗୋପୀକୁ ବିକ୍ରି କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଅନ୍ୟପଟେ ମଙ୍ଗଳବାର ମଧୁପାଟଣା ଥାନା ପୁଲିସ ତୃତୀୟ ଅଭିଯୁକ୍ତ ଅବଦୁଲ ସେହେଦୁଲ୍ ସେଲମ୍ୟାନ୍ ଓରଫ ସାହିଲ ଓରଫ ସାଇ ଦାଦା(୩୫)କୁ ଗିରଫ କରିଛି। ଗିରଫ ପରେ ପୋକସୋ କୋର୍ଟରେ ହାଜର କରାଯାଇଥିଲା। 

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଝାରପଡ଼ା ମୁସଲିମ୍ ସାହିର ଅବଦୁଲ ଭୁବନେଶ୍ବରର ମାଷ୍ଟରମାଇଣ୍ଡ ଗୋପୀ ନିକଟରୁ ଏହି ପୀଡ଼ିତା ନାବାଳିକାଙ୍କୁ ଆଣି ଭୁବନେଶ୍ବରର ବିଭିନ୍ନ ହୋଟେଲ୍ ଓ ଲଜ୍‌ରେ ନିୟୋଜିତ କରିଥିଲା। ୧୦ମ ଶ୍ରେଣୀରେ ପଢ଼ୁଥିବା ବାଂଲାଦେଶ ଢାକା ଗାଜିପୁର ଜିଲ୍ଲାର ନାବାଳିକାଙ୍କ ବାପାଙ୍କ ଦୁର୍ଘଟଣା ହୋଇଥିବାରୁ ପରିବାରର ଭରପୋଷଣ ବୋଝ ତାଙ୍କ ମୁଣ୍ଡରେ ପଡ଼ିଥିଲା। ଏହି ସମୟରେ ‘ଟିକ୍‌ଟକ୍’ ଆପ୍ଲିକେସନରେ ଏକ ନିଯୁକ୍ତି ବିଜ୍ଞାପନ ପାଇଥିଲେ। ଇମୋ ଆପ୍ଲିକେସନରେ ଏହି ବିଜ୍ଞାପନ ଦେଇଥିବା ଲିଟନ୍ ଦାସ ଓ ମୌସୁମୀ ନାୟକଙ୍କ ସହିତ କଥାବାର୍ତ୍ତା କରିଥିଲେ। ପରେ ସେମାନେ ତାଙ୍କୁ ସେପ୍ଟେମ୍ବର ୧ରେ କୋଲକାତା ଆଣିଥିଲେ। ଏହି ନାବାଳିକାଙ୍କ ସହିତ ତାଙ୍କ ବାନ୍ଧବୀ ତଥା ଜଣେ ବିବାହିତ ମହିଳାଙ୍କୁ ବି ଉଭୟ ଦୁଇ ଦଲାଲ ଆଣିଥିଲେ। କୋଲକାତାରେ ବାବୁ ଦାସ ଓ ପତ୍ନୀ ମାୟା ଖାଁଙ୍କ ନିକଟରେ ଛାଡ଼ି ଦିଆଯାଇଥିଲା। ବାବୁ ଦାସ ଘରେ ଏହି ନାବାଳିକା ରହିଥିବା ବେଳେ ବିବାହିତ ମହିଳାଙ୍କୁ ମାୟା ଅନ୍ୟ ଏକ ଅଜ୍ଞାତ ସ୍ଥାନରେ ରଖିଥିଲା। ବାବୁ ଏହି ନାବାଳିକାଙ୍କୁ ଭୁବନେଶ୍ବରର ଗୋପୀ ନାମକ ଜଣେ ଦଲାଲକୁ ବିକ୍ରି କରିଥିଲା। ଭୁବନେଶ୍ବରରେ ଗୋପୀ ଏହି ନାବାଳିକାଙ୍କୁ ନେଇ ଏକ ଘରେ ରଖିଥିଲା।

ଜେରା ଚାଲିଛି, ପେଡ଼ି ଖୋଲୁଛି

ତୃତୀୟ ଅଭିଯୁକ୍ତ ଅବଦୁଲ୍ ଗିରଫ
ନାବାଳିକାକୁ କୋଲକାତାର ବାବୁ ଦାସ ହିଁ ଗୋପୀକୁ ବିକିଥିଲା
ଅନ୍ୟ ବାନ୍ଧବୀଙ୍କ ପତ୍ତା ମିଳୁନି
ବାବୁ, ଗୋପୀ ସମେତ ଲିଟନ୍, ମୌସୁମୀ, ମାୟା ଖାଁ ଫେରାର

ଯେଉଁଠି ଆହୁରି ୬ ଜଣ ଯୁବତୀ ଥିଲେ। ଗୋପୀ ତାଙ୍କୁ ପରବର୍ତ୍ତୀ ସମୟରେ ମସାଜ୍‌ ପାର୍ଲର ନେଉଥିଲା। ଗୋପୀର ଘରେ ଏହି ନାବାଳିକା ପାଖାପାଖି ୧୫ ଦିନ ରହିଥିଲେ। ଗୋପୀ ତାଙ୍କୁ ବ୍ରହ୍ମପୁରର ଏକ ହୋଟେଲକୁ ପଠାଇଥିଲା। ପୁଣି ସେଠୁ ଭୁବନେଶ୍ବର ଘରକୁ ଆଣିଥିଲା। ଗୋପୀ ନିଜର ସହଯୋଗୀ ଅବଦୁଲ ସେହେଦୁଲ୍ ସେଲମ୍ୟାନ୍ ଓରଫ ସାହିଲ ଓରଫ ସାଇ ଦାଦା ମାଧ୍ୟମରେ ବାରିପଦାର ଦିଦି ନାମକ ଜଣେ ମହିଳାଙ୍କ ନିକଟକୁ ପଠାଇଥିଲା। ସେଠାରେ ୨୨ ଦିନ ରହିବା ପରେ କଟକ ଲିଙ୍କ୍‌ରୋଡ ଆସିଥିଲେ। ଲିଙ୍କରୋଡରୁ ଗୋପାଳପୁରରେ ରହୁଥିବା ଜସ୍ମିନ୍ ଚୌଧୁରୀ ଓ ତା’ ସ୍ବାମୀ ଓମ୍‌ପ୍ରକାଶ ଚୌଧୁରୀ ଓରଫ ବେପା ରାମ ନିଜ ଘରକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣା ପୀଡ଼ିତା ପୁଲିସକୁ ସୂଚନା ଦେବା ପରେ ଦଲାଲଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଲା ୨୪ ତାରିଖରେ ଜସ୍ମିନ୍ ଓ ଓମ୍ ପ୍ରକାଶ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଅବଦୁଲ ଗିରଫ ହୋଇଛି। ଫଳରେ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି। 

ଅବଦୁଲ ସମ୍ପର୍କରେ ପୀଡ଼ିତା ନାବାଳିକା ପୁଲିସକୁ ସୂଚନା ଦେଇଥିଲେ।  ଅନ୍ୟପଟେ ସୋମବାର ଅବଦୁଲ ସହିତ ଲକ୍ଷ୍ମୀସାଗର ଅଞ୍ଚଳରୁ ରାଜଶେଖରକୁ ମଧ୍ୟ ପୁଲିସ ଉଠାଇଥିଲା। କିନ୍ତୁ ତାର ଏହି କାରବାରରେ କୌଣସି ସଂପର୍କ ନ ମିଳିବାରୁ ମଧୁପାଟଣା ଥାନା ପୁଲିସ ତାକୁ ଛାଡ଼ି ଦେଇଛି। ପୁଲିସ ପୀଡ଼ିତାଙ୍କ ଦାଦା ପୁଅ ଭାଇଙ୍କ ସହିତ ଯୋଗାଯୋଗ କରିଛି। ତାଙ୍କ ମାଧ୍ୟମରେ ନାବାଳିକାଙ୍କ ସମସ୍ତ ପ୍ରମାଣପତ୍ର ଡିସିପି ଜଗମୋହନ ମୀନା ମାଗିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe