ଭଦ୍ରକ: କିନ୍ନର ଗୋଷ୍ଠୀଙ୍କ ବିବାଦ ଭଦ୍ରକ ଜିଲ୍ଲାରେ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ସୋମବାର ଟାଉନ ଥାନାରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଛନ୍ତି। ତେବେ ଏହି ୪ ଜଣ କିନ୍ନର ବାଂଲାଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରାବଣୀ କିନ୍ନର।

Advertisment

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ

ଅନ୍ୟପଟେ ସଞ୍ଜନା ଶାସମଲ କିନ୍ନର ଅଭିଯୋଗ କରିଛନ୍ତି ଯେ ଶ୍ରାବଣୀ କିନ୍ନର ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଛନ୍ତି । ସେ ସବୁକୁ ନମାନିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ:Murder Minor Girl: ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଟାୟାର ଜାଳି ରାସ୍ତା ଅବରୋଧ କଲେ ଲୋକେ

ରବିବାର ରାତିରେ ଚରମ୍ପା ଅଞ୍ଚଳରେ ସଞ୍ଜନାଙ୍କ ସହଯୋଗୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ବାଂଲାଦେଶୀ ସନ୍ଦେହରେ ଏହି ୪ ଜଣ କିନ୍ନରଙ୍କ କାଗଜପତ୍ର ଯାଞ୍ଚ ଦାବିରେ ସହରାଞ୍ଚଳ ଥାନା ସମ୍ମୁଖରେ ଶ୍ରାବଣୀ କିନ୍ନର ଓ ତାଙ୍କ ସହଯୋଗୀମାନେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ପୁଲିସ ଅଟକ ରଖିଛି କାଗଜ ପତ୍ର ଯାଞ୍ଚ କରିଥିବା ବେଳେ କିଛି ଅପ୍ରିତୀକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ  ଘଟଣା ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ:Delhi Air Pollution: ଚାରିଆଡ଼େ ଧୂଆଁଧୂଆଁ... ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ପାଇଁ ରୁନ୍ଧି ହେଲାଣି ରାଜଧାନୀ, ନାକେଦମ୍ ଦିଲ୍ଲୀବାସୀ

ରିପୋର୍ଟ: ହରିହର ନାୟକ