ଡକାୟତି ମାମଲାରେ ଜେଲଦଣ୍ଡ ଭୋଗିବା ପରେ ସ୍ୱଦେଶ ଫେରୁପାରୁନାହାନ୍ତି ବାଂଲାଦେଶୀ ନାଗରିକ

ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ

Photo Credit: Representative Image

୮ ମାସ ହେଲା ପୁଲିସ ହେପାଜତରେ ଅଛନ୍ତି
ଗତବର୍ଷ ଫେରିଥିଲେ ୪ ନାଗରିକ
ଆବଶ୍ୟକ କାଗଜପତ୍ର ନଥିବାରୁ ଅଟକିଛନ୍ତି

ବାଲେଶ୍ୱର : ଦୀର୍ଘବର୍ଷ ଜେଲଦଣ୍ଡ ସାରି ମୁକୁଳିବା ପରେ ଏବେ ଆଉଜଣେ ବାଂଲାଦେଶୀ ନାଗରିକ ନିଜ ଘରକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ମାତ୍ର ନିଜ ଦେଶକୁ ଫେରିବା ପାଇଁ ତା ନିକଟରେ ଆବଶ୍ୟକ କାଗଜପତ୍ର ନଥିବାରୁ ଜିଲ୍ଲା ପୁଲିସ ଦୀର୍ଘ ୮ମାସ ହେଲା ତାକୁ ନିଜ ହେପାଜତରେ ରଖିଥିବା ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବାଂଲାଦେଶୀ ନାଗରିକ ଜଣକ ହେଲେ ବାବୁ ଖାଁ(୩୫)। ୨୦୦୭ମସିହାରେ ସେ ଓ ତାଙ୍କର ୫ଜଣ ସାଙ୍ଗ ଜଣେ ଦଲାଲ ଜରିଆରେ ପଶ୍ଚିମବଙ୍ଗ ସୀମାରେ ବେଆଇନ ପ୍ରବେଶ କରି ବାଲେଶ୍ବର ଜିଲ୍ଲାକୁ ଆସିଥିଲେ। ସେହି ସମୟରେ ବାଲେଶ୍ବରରେ ଏକ ସିରିଜ ଡକାୟତି ଘଟଣାରେ ସେମାନଙ୍କୁ ସୁନହଟ ଅଞ୍ଚଳରୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ୧୪ବର୍ଷ ଲେଖାଏଁ ସଶ୍ରମ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ସମସ୍ତେ ବାଲେଶ୍ବର ଜେଲରେ ରଖାଯାଇଥିବା ବେଳେ ବାବୁ ଖାଁ ଏବଂ ଆବୁଲ ମୁଲ୍ଲା ନାମକ ତାଙ୍କର ଜଣେ ସହଯୋଗୀ ଜେଲ ପାଚେରି ଡେଇଁ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଣିଥରେ ପୁଲିସ ସେ ଦୁଇଜଣଙ୍କୁ ଧରି ବାବୁ ଖାଁକୁ କଟକ ଚୌଦ୍ବାର ଜେଲ ଏବଂ ଆବୁଲ ମୁଲ୍ଲାକୁ ଢେଙ୍କାନାଳ ଜେଲକୁ ପଠାଇଥିଲା। ବାକି ୪ ଜଣ ‌ଯେଉଁମାନେ ବାଲେଶ୍ବର ଜେଲରେ ରହିଥିଲେ ସେମାନଙ୍କୁ ଗତବର୍ଷ ମୁକୁଳାଇ ଦିଆଯାଇଥିଲା। ପରେ ସେମାନଙ୍କ ବାଂଲାଦେଶ ସରକାରଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରି ପଠାଯାଇଥିଲା।

ହେଲେ ଗତ ଏପ୍ରିଲ ମାସ ୬ ତାରିଖରେ କଟକ ଚୌଦ୍ବାର ଜେଲରୁ ବାବୁ ଖାଁ ମୁକୁଳିଥିବା ବେଳେ ତାକୁ ବାଲେଶ୍ବରକୁ ଅଣାଯାଇଥିଲା। ହେ‌ଲେ ତାକୁ ଫେରାଇବା ପାଇଁ ପୁଲିସ ଏବେ କାଗଜପତ୍ର ଯୋଗାଡ଼ କାମରେ ଲାଗିଥିବା ଜାଣିବାକୁ ମିଳିଛି। କରୋନା କଟକଣା ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଗତ ୮ମାସ ଧରି ସେ ବାଲେଶ୍ବର ଜେଲ ପାର୍ଶ୍ବରେ ଥିବା ବାରାକରେ ପୁଲିସ‌ ହେପାଜତରେ ରହିଛି। ଏନେଇ ଜେଲ କର୍ତ୍ତୃପକ୍ଷ ଏବଂ ବାଲେଶ୍ବର ଏସ୍‌ପିଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଫୋନ୍‌ ନଲାଗିବାରୁ ‌କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe