ସବୁ ପିଲାଙ୍କର ହେବ ବ୍ୟାଙ୍କ୍‌ ଜମାଖାତା

Advertisment

ମଧ୍ୟାହ୍ନଭୋଜନ ନ ମିଳିଲେ ଖାଦ୍ୟ ସୁରକ୍ଷା ଭତ୍ତା

ମଧ୍ୟାହ୍ନଭୋଜନ ନ ମିଳିଲେ ଖାଦ୍ୟ ସୁରକ୍ଷା ଭତ୍ତା

କାଏଁଶିର ଆଶ୍ରମ ସ୍କୁଲ୍‌ରେ ଝାଡ଼ାବାନ୍ତି: ୬୦ଛାତ୍ରୀ ଆକ୍ରାନ୍ତ

Village: Baluka, Keonjhar, Odisha, India, 6 March 2013: Students read their books during class hours at Baluka UG UP school in Keonjhar. School Students Helpline and SAMIKSHA ( analysis) are monitoring and feedback tools, implemented by Odhisa Government for effective implementation of the Right to Education Act in Odhisa. UNICEF India/2013/Prashanth Vishwanathan

ଜାନୁଆରି ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଡିଇଓଙ୍କୁ ନିର୍ଦେଶ
ବ୍ୟାଙ୍କରେ ଖାତା ଖୋଲାଇବେ ପ୍ରଧାନଶିକ୍ଷକ

ଭୁବନେଶ୍ୱର : ମଧ୍ୟାହ୍ନଭୋଜନ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଚେଇଁ ଉଠିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସ୍ୱଚ୍ଛତା ଆଣିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଉଛନ୍ତି କି ନାହିଁ ତାହାର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଯଦି ଅନିବାର୍ଯ୍ୟ କାରଣବଶତଃ ପିଲାଙ୍କୁ ମଧ୍ୟାହ୍ନଭେଜନ ମିଳୁନି ତେବେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିଦିନର ଅର୍ଥ କିଭଳି ପିଲାଙ୍କୁ ମିଳିିବ ସେଥିପ୍ରତି ପ୍ରଧାନଶିକ୍ଷକ ପଦକ୍ଷେପ ନେବେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ବ୍ୟଙ୍କ ଜମା ଖାତା ଖୋଲିବାକୁ କୁହାଯାଇଛି। ଜାନୁଆରି ୧୫ ସୁଦ୍ଧା ଏ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି।

ଗତ କିଛି ବର୍ଷ ହେଲା ମଧ୍ୟାହ୍ନଭୋଜନରେ ଘୋଟାଲା ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। କେତେବେଳେ ପିଲାଙ୍କ ଖାଦ୍ୟକୁ ବିଦ୍ୟାଳୟ କର୍ତୃପକ୍ଷ ହଡ଼ପ କରୁଛନ୍ତି ତ ଆଉ କେତେବେଳେ ଭୂତ ପିଲା ମଧ୍ୟାହ୍ନଭୋଜନ ଖାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ରୋଷେୟାଙ୍କ ଅନୁପସ୍ଥିତି, ଚାଉଳ, ଡାଲି, ଅଣ୍ଡା, ତେଲ ପରି ବିଭିନ୍ନ ସମସ୍ୟାର ଅଭାବ ଲାଗି ଗୋଟିଏ ଗୋଟିଏ ଦିନ ପିଲାମାନେ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଦ୍ୟ ଦିଆଯାଉ ନ ଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷ ମିଥ୍ୟ ତଥ୍ୟ ଦେଇ ଅର୍ଥ ହଡ଼ପ କରୁଥିବା ନେଇ ମଧ୍ୟ ଅନେକ ସମୟରେ ଅଭିଯୋଗ ଆସିଛି। ତାହାକୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୪ ଏବଂ ଓଡ଼ିଶା ମଧ୍ୟାହ୍ନଭୋଜନ ନିୟମ-୨୦୧୬ ଅନୁଯାୟୀ ଏଣିକି ପିଲାଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଯେପରି ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିବ ତାହା ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ। ବିଦ୍ୟାଳୟ ନିକଟରେ ଥିବା ବ୍ୟାଙ୍କ୍‌ରେ ପିଲାଙ୍କ ଖାତା ଖୋଲାଯିବ। ଯେଉଁଦିନ ପିଲାଙ୍କ ଲାଗି ବିଦ୍ୟାଳୟରେ ରୋଷେଇ ନ ହେବ ସେଦିନର ଖାଇବା ଖର୍ଚ୍ଚ ପିଲାଙ୍କ ଜମା ଖାତାକୁ ଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ଏବେ ରାଜ୍ୟରେ ୬୨,୭୦୮ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ୫୧,୦୪,୭୯୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି। ୩୪,୨୩୧ ପ୍ରାଥମିକ ବିଦ୍ୟାଳୟର ୩୧,୮୨,୬୭୪ ଏବଂ ୨୮,୪୭୭ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯,୨୨,୧୨୧ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଖାଉଛନ୍ତି। ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ପିଛା ଦୈନିକ ୪ ଟଙ୍କା ୫୮ ପଇସା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପିଛା ୬ ଟଙ୍କା ୮୩ ପଇସା ମିଳୁଛି।

ମଧ୍ୟାହ୍ନଭୋଜନର ଟିକିନିଖି ତଦାରଖ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ କରୁଥିବାରୁ ଗଣଶିକ୍ଷା ବିଭାଗ ଏଦିଗରେ ତତ୍ପରତା ପ୍ରକାଶ କରିଛି। ପ୍ରତି ମାସରେ ଆୟୋଗଙ୍କ ପକ୍ଷରୁ ଏକାଧିକ ଥର ସମୀକ୍ଷା କରାଯାଉଛି। କେତେ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଉଛନ୍ତି? କେତେ ପିଲା ଖାଇବାରୁ ବଞ୍ଚିତ ହେଉଛନ୍ତି? ଖାଦ୍ୟର ମାନକୁ ନେଇ ଆୟୋଗ ପ୍ରଶ୍ନ ଉଠାଉଛନ୍ତି। ତେଣୁ ବ୍ୟାଙ୍କ ଜମା ଖାତା ଖୋଲି ନିର୍ଧାରିତ ସମୟରେ ଖାଦ୍ୟ ସୁରକ୍ଷା ଭତ୍ତା ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe