ଭବାନୀପାଟଣା: ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନକ୍ରମେ ବୁଧବାର କଳାହାଣ୍ଡି କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲାର ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଫଳରେ ବ୍ୟାଙ୍କ ସେବା ଠପ୍ ହୋଇଥିଲା। ସପ୍ତମ ପେ’ କମିସନ ଏରିଅର ପ୍ରଦାନ, ପେନସନ କର୍ପସ ଫଣ୍ଡ କାର୍ଯ୍ୟକାରୀ କରିବା ଓ ସିସିବିର ପୁନର୍ବିନ୍ୟାସ ସମେତ ୩ଦଫା ଦାବି ନେଇ ଧାରଣାରେ ବସିଥିଲେ। ଏହି ଧାରଣାରେ ଜିଲ୍ଲା ସଙ୍ଘ ସଭାପତି ଅଶୋକ ସାହୁ, ଉପସଭାପତି ଦିଲ୍ଲୀପ ପ୍ରହରାଜ, ସମ୍ପାଦକ ଚକ୍ରଧର ଦାସ, ଉପଦେଷ୍ଟା ସୁରେଶ ଚନ୍ଦ୍ର ଶତପଥୀଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
କୋକସରା: କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀମାନେ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦାବି ନେଇ ଧର୍ମଘଟ ଡାକରା ଦେଇଛନ୍ତି। ଧର୍ମଘଟକୁ ସମର୍ଥନ କରି କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ସାମିଲ ହୋଇ ବ୍ୟାଙ୍କରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଇନ୍ଦ୍ରମଣି ଧ.ମାଝୀ ସମେତ ସମସ୍ତ କର୍ମଚାରୀମାନେ ସାମିଲ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us