ଚୋରି ଜିନିଷ ଫେରିପାଇଲା ବ୍ୟାଙ୍କ, ପୁଲିସକୁ କୃତଜ୍ଞତା ଜଣେଇଲେ ବ୍ୟାଙ୍କ କର୍ମଚାରୀ

Advertisment

ଦୁଇ ସପ୍ତାହ ପୂର୍ବରୁ ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାଶ ପରେ ଚୋରି ସାମଗ୍ରୀ ବ୍ୟାଙ୍କ ଫେରି ପାଇଛି...

ଦୁଇ ସପ୍ତାହ ପୂର୍ବରୁ ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାଶ ପରେ ଚୋରି ସାମଗ୍ରୀ ବ୍ୟାଙ୍କ ଫେରି ପାଇଛି...

Bank employee thanks police for returning stolen items

Bank employee thanks police for returning stolen items Photograph: (sambad.in)

ବୈଶିଙ୍ଗା: ଦୁଇ ସପ୍ତାହ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ବଙ୍ଗାଳିଡାହି ଠାରେ ଥିବା ଏକ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣାର ପର୍ଦାଫାଶ ପରେ ଚୋରି ସାମଗ୍ରୀ ବ୍ୟାଙ୍କ ଫେରି ପାଇଛି। 
ଏତଲାକାରୀ ବଙ୍ଗାଳିଡାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ ହେମନ୍ତ ମହାନ୍ତଙ୍କ ଅଭିଯୋଗ ମୁତାବକ ଦୁର୍ବୃତ୍ତମାନେ ଚଳିତମାସ ୯ତାରିଖ ରାତିରେ ବଙ୍ଗାଳିଡାହି ଛକରେ ଥିବା ତାଙ୍କର କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ନଗଦ ଦଶହଜାର ଟଙ୍କା ସମେତ କମ୍ପ୍ୟୁଟର, ଲାପଟପ, ବାୟୋମ୍ୟାଟ୍ରିକ ମେସିନ, କ୍ୟାମେରା, ପ୍ରିଣ୍ଟର, ପାସବୁକ ପ୍ରିଣ୍ଟର, ଏଟିଏମ ଡିଭାଇସ ଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରିକରି ନେଇ ଚମ୍ପଟ ମାରିଥିଲେ।

ଏନେଇ ଏତଲାକ୍ରମେ ବୈଶିଙ୍ଗା ପୁଲିସ ୯୨/୨୫ନମ୍ବରରେ ମାମଲା ରୁଜୁକରି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତକୁ ବ୍ୟାପକ କରିଥିଲା। 

ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ତଦନ୍ତଭାର ଗ୍ରହଣ କରି ଫେରାର ଥିବା ଦୁଇ ଅଭିଯୁକ୍ତ ଗୋବିନ୍ଦରାୟପୁର ଗ୍ରାମର ଅନସାର ଖାନ ଏବଂ ନଜିମ ଖାନଙ୍କୁ ଗିରଫ କରିବା ସହିତ କିଓସ୍କ ବ୍ୟାଙ୍କରୁ ଲୁଟ୍ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଥିଲେ। 

ଅଧିକ ପଢ଼ନ୍ତୁ: ୨୦୨୦ ରୁ ୨୦୨୪ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହ ମାମଲାରେ ହ୍ରାସ

ତେବେ ସୋମବାର ସନ୍ଧ୍ୟାରେ ମହାନ୍ତ ଜବତ ସାମଗ୍ରୀକୁ ବ୍ୟାଙ୍କ କର୍ମଚାରୀ ହେମନ୍ତ ମହାନ୍ତ, ଜନ୍ମଜୟ ଦେ ଓ ରାଜୁ ସିଂଙ୍କ ଉପସ୍ଥିତିରେ ବ୍ୟାଙ୍କକୁ ହସ୍ତାନ୍ତର କରିଛନ୍ତି। ଏନେଇ ବ୍ୟାଙ୍କ ଶାଖା ପରିଚାଳକ ବୈଶିଙ୍ଗା ପୁଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ କେଏଲ ରାହୁଲ, ଘରକୁ ଆସିଲା କୁନି ପରୀ

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe