ବ୍ୟାଙ୍କ୍‌ ଠକେଇ; ଘର ସିଲ୍‌ କଲା ସିବିଆଇ

Advertisment
ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ: ଓଡ଼ିଶାରେ ସିବିଆଇ ଚଢ଼ଉ, ୨୩ ମାମଲାରେ ୮୩ ଅଭିଯୁକ୍ତ, ୫୦ ଅଟକ

Image Courtesy of Hindustan Times

ଭୁବନେଶ୍ବର : ରାୟଗଡ଼ାରେ ଆନ୍ଧ୍ର ବ୍ୟାଙ୍କ(ୟୁନିଅନ୍ ବ୍ୟାଙ୍କ)ରୁ ୪୪ କୋଟି ଟଙ୍କାର ଠକେଇ ଘଟଣାରେ ଆଜି ସିବିଆଇ ରାୟଗଡ଼ାର ତରୁଣଶ୍ରୀ କଟନ୍ ସ୍ପିନଟେକ୍ସର ଛାନ୍‌ଭିନ୍‌ କରିଛି। ଭୁବନେଶ୍ବରର ଏକ ୫ ଜଣିଆ ଟିମ୍‌ ସମ୍ପୃକ୍ତ ସଂସ୍ଥାରେ ଚଢ଼ଉ କରିବା ସହ ଖାଲିଗୁଡ଼ା ନିକଟରେ ଥିବା ସଂସ୍ଥା ମୁଖ୍ୟଙ୍କର ଏକ ଘରକୁ ସିଲ୍‌ କରିଛି। ଏହି ଘରକୁ ସିବିଆଇର ବିନାନୁମତିରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ତେବେ ଚଢ଼ଉ ବେଳେ ସଂସ୍ଥାର ବରିଷ୍ଠ ପାର୍ଟନର ବା ନିର୍ଦ୍ଦେଶକଙ୍କୁ ସିବିଆଇ ପାଇନାହିଁ। ଆଗକୁ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରାଯିବା ସହ ଅନ୍ୟ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ୟୁନିଅନ୍ ବ୍ୟାଙ୍କର ରାୟଗଡ଼ା ରିଜିଓନାଲ୍ ଅଫିସ ମୁଖ୍ୟ ଏଜିଏମ୍ ହେମନ୍ତ କୁମାର ପ୍ରଧାନ ଏହି ଠକେଇ ନେଇ ଅଭିଯୋଗ କରିବା ପରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଚାଭା ଶିବରାମକ୍ରିଷ୍ଣା, ନିର୍ଦ୍ଦେଶକ ତଥା ଶିବରାମଙ୍କ ପତ୍ନୀ ଚାଭା ନୀଳିମା ଏବଂ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଋଣ ମଞ୍ଜୁର ସମୟରେ ବ୍ୟାଙ୍କର ତତ୍କାଳୀନ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସିବିଆଇ ସନ୍ଦେହ କରୁଛି। ଏଣୁ ଆଜି ବ୍ୟାଙ୍କର କେତେକ ପୂର୍ବତନ ଅଧିକାରୀଙ୍କ ଘରେ ମଧ୍ୟ ସିବିଆଇ ଚଢ଼ଉ କରିଥିବା ଜଣାପଡ଼ିଛି।

ଅଭିଯୋଗ ମୁତାବକ, ରାୟଗଡ଼ାର କସ୍ତୁରୀନଗର ସୂର୍ଯ୍ୟ କମ୍ପ୍ଲେକ୍ସରେ ଥିବା ତରୁଣଶ୍ରୀ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଗତ ୨୦୧୩ ମସିହାରେ ନିର୍ମାଣ କାମ ପାଇଁ ଆନ୍ଧ୍ର ବ୍ୟାଙ୍କ ଶାଖା(ୟୁନିଅନ୍ ବ୍ୟାଙ୍କ)ରୁ ୨୦ କୋଟି ୬୯ ଲକ୍ଷ ଟଙ୍କାର ଋଣ ନେଇଥିଲା। ଋଣ ପରିଶୋଧ ନ ହେବାରୁ ଟଙ୍କା ବଢ଼ି ବଢ଼ି ୪୪ କୋଟିରେ ପହଞ୍ଚିଥିଲା। କାହିଁକି ଋଣ ପରିଶୋଧ ହେଉ ନାହିଁ ସେ ନେଇ ଖୋଳତାଡ଼ ହେବାରୁ ବଡ଼ଧରଣର ଠକେଇ ସାମ୍ନାକୁ ଆସିଥିଲା। ଏହି ଟଙ୍କା ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ଯିବା ପରିବର୍ତ୍ତେ କମ୍ପାନି ଏମ୍‌ଡି, ନିର୍ଦ୍ଦେଶକ ଓ ସହଯୋଗୀ କମ୍ପାନିର ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର୍‌ ହୋଇଥିଲା। ନିର୍ଦ୍ଦେଶକଙ୍କ ନାଁରେ ଥିବା ଅନ୍ୟ କମ୍ପାନି ଆକାଉଣ୍ଟକୁ ଋଣ ଟଙ୍କା ସ୍ଥାନାନ୍ତର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe