୨୦ ଲକ୍ଷ ଟଙ୍କା ଠକେଇ ଘଟଣା: ୩ ବର୍ଷ ପରେ ମହିଳା ବ୍ୟାଙ୍କ ମ୍ୟାନେଜର ଗିରଫ

Advertisment
କଷ୍ଟମ୍ସ ଅଧିକାରୀ ପରିଚୟ ଦେଇ ଠକୁଥିବା ମହିଳା ଗିରଫ

photo-depositphotos

ମାଛଗାଁ : ବାଲିକୁଦା ଥାନା ଅନ୍ତର୍ଗତ ପରାହାଟ ସିଣ୍ଡିକେଟ ବ୍ୟାଙ୍କ ତଥା ବର୍ତ୍ତମାନର କାନାଡା ବ୍ୟାଙ୍କର ପୂର୍ବତନ ମ୍ୟାନେଜର୍‌ ସୁହାନା ଟପ୍ନଙ୍କୁ ୨୦ ଲକ୍ଷ ଟଙ୍କା ଠକେଇ ମାମଲାରେ ବାଲିକୁଦା ଥାନା ପୁଲିସି ଗିରଫ କରିଛି। ୩ ବର୍ଷ ତଳେ ଉକ୍ତ ବ୍ୟାଙ୍କ ଶାଖାରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ସୁହାନା ମହିଳା ସମିତି ଗ୍ରୁପର ଜମା ଟଙ୍କା ସମେତ ବ୍ୟାଙ୍କର ପ୍ରାୟ ୨୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏହା ଜଣା ପଡ଼ିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। କିନ୍ତୁ ସେହି ସମୟ ଠାରୁ ଗିରଫ ଭୟରେ ସେ ଫେରାର ଥିଲେ। ଏପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ୧୬ ଟି ମହିଳା ଗ୍ରୁପ ପକ୍ଷରୁ ଅଲଗା ଅଲଗା ଭାବେ ୧୭ ଟି ଅଭିଯୋଗ ତାଙ୍କ ନାମରେ ବାଲିକୁଦା ଥାନାରେ ରୁଜୁ କରାଯାଇଥିଲା। ଘଟଣାର ୩ ବର୍ଷ ପରେ ତାଙ୍କୁ ଆଜି ବାଲିକୁଦା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବାଲିକୁଦା ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe