ହୃଦଘାତରେ ଯୁବ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିୟୋଗ

ହୃଦଘାତରେ ଯୁବ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିୟୋଗ

ଘୁ.ଉଦୟଗିରି: ସ୍ଥାନୀୟ ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ  କଚେରୀସାହି ସ୍ଥିତ ଯଶୋବନ୍ତ ନାରାୟଣ ଦଳବେହେରା (୩୩) (ଶିବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ନବରଙ୍ଗପୁର ଶାଖା ଠାରେ କାର୍ଯ୍ୟରତ ସମୟରେ ମୃତ୍ୟୁ ହୋଇଛି। ତାଙ୍କ ପିତା ଭରତ ଭୂଷଣ ଦଳବେହେରା ଜଣେ ଅବସରପ୍ରାପ୍ତ ଡାକ ବିଭାଗ କର୍ମଚାରୀ ଥିଲେ । ମାତା ରୁକ୍ମଣୀ ଦଳବେହେରା ଜଣେ ଗୃହିଣୀ ଅଟନ୍ତି। ସେ ଦୁଇ ବର୍ଷ ପୂର୍ବେ ଅନୁଗୁଳ ଜିଲ୍ଲାର କୁସୁମୀ ଗ୍ରାମର ପ୍ରଜନ ପରିମିତା ନାୟକଙ୍କୁ ବିବାହ କରିଥିଲେ। ଯଶୋବନ୍ତଙ୍କ ୪ ମାସର ଏକ କନ୍ୟାରତ୍ନ ଟିଏ ଅଛି।

ସୂଚନା ପ୍ରକାରେ ଗତ ମଙ୍ଗଳବାର ନବରଙ୍ଗପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରେ ସେ କାର୍ଯ୍ୟରତ ଥିଲେ। ଏହି ସମୟରେ ତାଙ୍କୁ ହୃଦଘାତ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀର ଆଜି ଘୁ.ଉଦୟଗିରି କଚେରୀସାହିସ୍ଥିତ ନିଜ ବାସଭବନକୁ ଅଣାଯାଇ ଥିଲା। ହିନ୍ଦୁ ରୀତି ନୀତି ନିୟମ ଅନୁଯାୟୀ ସ୍ଥାନୀୟ ଏମଏମସି ରୋଡ଼ରେ ଥିବା ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ଏ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe