Advertisment

ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ୍‌ ମ୍ୟାନେଜର୍‌ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ୍‌ ମ୍ୟାନେଜର୍‌ ମୃତ

image source--news first

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ୍‌ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମ ଦେଇ ଯାଇଥବା ରାଜ୍ୟ ରାଜପଥ ଏସ୍‌ଏଚ୍‌-୧୦ରେ ସୋମବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ ମ୍ୟାନେଜର ଅବିନାଶ ପାତ୍ରଙ୍କ ମୃତ୍ୟୁ ଘଟିଛି। ‌ବଣାଇ ଥାନା ଅନ୍ତର୍ଗତ କିନ୍ଦିରିକେଲା ଗ୍ରାମର ସ୍ବର୍ଗତ ପାତ୍ର ସମ୍ବନ୍ଧ ବ୍ୟାଙ୍କ ଅନୁଗୁଳ ଶାଖା ମ୍ୟାନେଜର୍‌ ଭାବେ କାର୍ଯ୍ୟରତ ଥି‌ଲେ। ସେ ସକାଳେ ବ୍ୟାଙ୍କକୁ ବାଇକ୍‌ରେ ଯାଉଥିବା ବେଳେ ସିଂହଶାଳ ଗ୍ରାମ ନିକଟରେ ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe