ବ୍ୟାଙ୍କ ମିତ୍ର ହଡ଼ପ କରିଥିଲେ ଟଙ୍କା, ଥାନା ଆଗରେ ମହିଳାଙ୍କ ଧାରଣା

ବ୍ୟାଙ୍କ ମିତ୍ର ହଡ଼ପ କରିଥିଲେ ଟଙ୍କା, ଥାନା ଆଗରେ ମହିଳାଙ୍କ ଧାରଣା

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ଏଣ୍ତଳବା ପଞ୍ଚାୟତରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ସଂପୃକ୍ତ ପଞ୍ଚାୟତର ଏମବିକେ ତଥା ଓଜିବିର ବ୍ୟାଙ୍କମିତ୍ର ଇନ୍ଦୁମତୀ ପୃଷ୍ଟିଙ୍କ ନାରେ ଅଭିଯୋଗ ଲମ୍ବିବାରେ ଲାଗିଛି। ଗତକାଲି ସୁଦ୍ଧା ୨୦ଟି ଗ୍ରୁପ୍ ଅଭିଯୋଗ କରିଥିବା ବେଳେ ଆଜି ଆଉ ଦୁଇଟି ଗ୍ରୁପ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ଏହି ଦୁଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଆଜି ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ସେହିପରି ଏଣ୍ତଳବା ପଞ୍ଚାୟତ କଲାଣ୍ତ ଗ୍ରାମର ମାଧବାନନ୍ଦ ପଲାଇ ନିଜର ୫୦ ହଜାର ଟଙ୍କା ଫିକ୍ସ ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କ ମିତ୍ର ଇନ୍ଦୁମତୀଙ୍କୁ ଦେଇଥିଲେ। ୧୦ ବର୍ଷରେ ଦିଗୁଣ ହେବ କହି ମାଧବାନନ୍ଦଙ୍କ ଠାରୁ ଇନ୍ଦୁମତୀ ଟଙ୍କା ନେଇଥିଲେ। ହେଲେ ତାଙ୍କୁ ଏକ ନକଲି ରସିଦ ଦେଇଥିବା ଅଭିଯୋଗ ହୋଇଛି। ଜେନାପୁର ଥାନା ଅଧିକାରୀ ଶ୍ରୀ ନାୟକଙ୍କ ସହ ଯୋଗାଯୋଗ କରିବାରୁ ମା’ ସ୍ବପ୍ନେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀ ଅଭିଯୋଗ ଆଧାରରେ ଜେନାପୁର ଥାନାରେ ୨୫୩/୨୨ରେ ଏକ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe