ଆସନ୍ତା ୫ ତାରିଖରେ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀଙ୍କ ଦିନିକିଆ ଧର୍ମଘଟ ଡାକରା

ଟିନ୍‌ ୨.୦ରେ ସାମିଲ ହେଲା ବ୍ୟାଙ୍କ ଅଫ୍ ଇଣ୍ଡିଆ

moneycontrol.com

ଭଦ୍ରକ : ବ୍ୟାଙ୍କ ଅଫ ଇଣ୍ଡିଆ ଫେଡେରେସନ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଦିନେଶ ଝା ଲାଳନଙ୍କ ନେତୃତ୍ୱରେ ୮ ଦଫା ଦାବି ପୁରଣ ନେଇ ଆସନ୍ତା ତା୦୫.୧୦.୨୦୨୦ ରିଖ ଦିନ ଦେଶ ବ୍ୟାପୀ ହରତାଳ କରିବାକୁ ଆହ୍ୱାନ ଦିଆଯାଇଛି। ଆସନ୍ତା ତା ୦୫.୧୦.୨୦୨୦ ରିଖ ଦିନ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ତା ୦୧.୧୦.୨୦୨୦ ରିଖ ଦିନ ଡେପୁଟି ଲେବର କମିଶନରଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର ମ୍ୟାନେଜମେଣ୍ଟ ଏବଂ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଲାଲନ ଦୀର୍ଘ ଦିନ ଧରି ଦାବି କରିଆସୁଥିବା ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ଆଲୋଚନା ବିଫଳ ହେବାପରେ ପୂର୍ବରୁ ସୂଚନା ଅନୁଯାୟୀ ଆସନ୍ତା ତା ୦୫.୧୦.୨୦୨୦ ରିଖ ଦିନ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବ୍ୟାଙ୍କ ଘରୋଇକରଣକୁ ବନ୍ଦ କରିବା, କର୍ମଚାରୀ ବଦଳାଇବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବା, ସମନ୍ୱୟ କମିଟି ସେଟଲ୍ ମେଣ୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା, କିରାଣୀ, ପିଅନ, ସଫେଇ କର୍ମଚାରୀ ଖାଲି ପଡିଥିବା ପଦବୀ ପୂରଣ କରିବା, ମେଡିକାଲ ଚିକିତ୍ସା ରାଶିକୁ ସରଳୀକରଣ କରିବା, କାଜୁଆଲ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସମାନ କାମକୁ ସମାନ ଦରମା ଦେବା ପ୍ରଭୃତି ଦାବି ନେଇ ଆସନ୍ତା ତା ୦୫. ୧୦.୨୦୨୦ ରିଖ ଦିନ ଆନ୍ଦୋଳନ କରିବାକୁ ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସଚିଦାନନ୍ଦ ନନ୍ଦ, ଜଗନ୍ନାଥ ରାଉତ, ସରୋଜ ମଲିକ ପ୍ରମୁଖ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe