ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରି ଥାନାରେ ବ୍ୟାଙ୍କ କର୍ମଚାରୀ ଅଟକ

Advertisment
ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରି ଥାନାରେ ବ୍ୟାଙ୍କ କର୍ମଚାରୀ ଅଟକ

image source-odisha diary

ଭଦ୍ରକ: ଜଣେ ମାନସିକ ବିକୃତ ମହିଳା(ପାଗଳୀ)ଙ୍କୁ ଅସଦାଚରଣ କରି ଜନୈକ ବ୍ୟାଙ୍କ କର୍ମଚାରୀ ହଟହଟା ହୋଇଥିବାର ଖବର ମିଳିଛି। ଆଜି ଭୋର ସମୟରେ ଧାମରା ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ଦୀର୍ଘ ଦିନ ଧରି ଧାମରାରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରୁଥିବାର ଗ୍ରାମର କିଛି ଲୋକଙ୍କ ନଜରକୁ ଆସିଥିଲା।

ଲୋକମାନେ ଉକ୍ତ କର୍ମଚାରୀଙ୍କୁ ଅଟକ ରଖି ତୁରନ୍ତ ଧାମରା ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଥାନାକୁ ନେଇ ପଚାରଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe