ବନ୍ଧୁକମୁନରେ ବ୍ୟାଙ୍କ ଡକାୟତି: ଲୁଟିନେଲେ ନଗଦ ୧୧ ଲକ୍ଷ, ୨ କେଜି ସୁନାଗହଣା

Advertisment

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ମୁଖ୍ୟ ରାସ୍ତାପାର୍ଶ୍ବରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଆଜି ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୧ ଲକ୍ଷ ଟଙ୍କା ଓ ୨ କେଜି ୭ ଗ୍ରାମ୍‌ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ମୁଖ୍ୟ ରାସ୍ତାପାର୍ଶ୍ବରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଆଜି ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୧ ଲକ୍ଷ ଟଙ୍କା ଓ ୨ କେଜି ୭ ଗ୍ରାମ୍‌ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି।

sddxcxcc

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ମୁଖ୍ୟ ରାସ୍ତାପାର୍ଶ୍ବରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଆଜି ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୧ ଲକ୍ଷ ଟଙ୍କା ଓ ୨ କେଜି ୭ ଗ୍ରାମ୍‌ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବ୍ୟାଙ୍କ ଖୋଲାଯିବା ସମୟରେ ଅତର୍କିତ ଭାବେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପଶି ସୁରକ୍ଷାକର୍ମୀଙ୍କୁ କାବୁ କରିନେଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଟଙ୍କା ଓ ସୁନା ଲୁଟ୍‌ କରିଥିଲେ। ମାତ୍ର କିଛି ସମୟ ଭିତରେ ଏହି ଘଟଣା ଘଟିଥିଲା।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନଗଦ ଟଙ୍କା ଥିବା ବାକ୍ସରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଓ ୨ କେଜି ୭ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌ ହୋଇଛି ବୋଲି ବ୍ୟାଙ୍କର ଆଞ୍ଚଳିକ ପରିଚାଳକ (ରିଜିଓନାଲ ମ୍ୟାନେଜର) ସତ୍ୟବ୍ରତ ନନ୍ଦ ପ୍ରକାଶ କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ଗନ୍‌ ପଏଣ୍ଟରେ ରଖିବାରୁ ବ୍ୟାଙ୍କରେ ଥିବା ସୁରକ୍ଷା ସାଇରନ୍ ବାଜି ନ ଥିଲା ବୋଲି ସେ ଜଣାଇଛନ୍ତି। ଡକାୟତି ପରେ ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନି, ଯୋଡ଼ା ଥାନା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି। ଦିନ ଦ୍ବିପ୍ରହରରେ ଏଭଳି ଡକାୟତି ହୋଇଥିବାରୁ ଯୋଡ଼ା ସହରରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe