ମହିଳାଙ୍କ ରୂଣ ଖିଲାପ, ଘର ସିଲ୍‌ କଲା ବ୍ୟାଙ୍କ

Advertisment
ମହିଳାଙ୍କ ରୂଣ ଖିଲାପ, ଘର ସିଲ୍‌ କଲା ବ୍ୟାଙ୍କ

ପୁରୁଣା ଭୁବନେଶ୍ୱର : ବ୍ୟବସାୟ କରିବା ପାଇଁ ରୂଣ ନେଇ ରୂଣ ଖିଲାପ କରିଥିବା ଅଭିଯୋଗରେ ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ନାଗେଶ୍ୱରଟାଙ୍ଗୀସ୍ଥିତ ଜଣେ ଜଣେ ମହିଳାଙ୍କ ବାସ ଭବନକୁ ସିଲ୍‌ କରିଛି। ଜିଲ୍ଲାପଳଙ୍କ ନିର୍ଦେଶ କ୍ରମେ ବ୍ୟାଙ୍କ ଅଧିକାରୀ ଉପସ୍ଥିତିରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହାୟତାରେ ସିଟି ଇନ୍‌ଭେଷ୍ଟିକେସନ୍‌ ଏଣ୍ଡ୍‌ ଡିଟେକ୍ଟିଭ୍‌ ପକ୍ଷରୁ ଘରକୁ ସିଲ କରାଯାଇଥିଲା। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଚଂଳିକ ମୁଖ୍ୟ ରମେଶ ଚନ୍ଦ୍ର ମହାକୁଡ଼୍‌ଙ୍କ ସୂଚନା ଅନୁଯାୟୀ ବ୍ୟାଙ୍କର ଭୀମଟାଙ୍ଗି ଶାଖାରେ ବ୍ୟବସାୟୀ ନିଳଞ୍ଜନା ପଟ୍ଟନାୟକଙ୍କ ନାଗେଶ୍ୱରଟାଙ୍ଗିସ୍ଥିତ ପ୍ଲଟ୍‌ ନଂ ୧୨୪୩ ଘରକୁ ବନ୍ଧକ ରଖି ୧କୋଟି ୨୦ଲକ୍ଷ ଟଙ୍କା ରୂଣ ନେଇଥିଲେ। ଏହି ରୂଣ ଏବେ ୩କୋଟି ୧୪ଲକ୍ଷରେ ପହଂଚିଛି। ଏନେଇ ବହୁବାର ପ୍ରତିଶୃତି ଦେଇ ମଧ୍ୟ ଶ୍ରୀମତି ପଟ୍ଟନାୟକ ବିଫଳ ହୋଇଥିଲେ। ତେବେ ବାରମ୍ବାର ରୂଣ ଖିଲାପ ହେଉଥିବା ଅଭିଯୋଗରେ ବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁମତି ଅଣାଯାଇ ଡିସିପି, ଶ୍ରୀଲିଙ୍ଗରାଜ ଥାନା ପୁଲିସ, ସିଟି ଇନ୍‌ଭେଷ୍ଟିକେସନ୍‌ ଏଣ୍ଡ୍‌ ଡିଟେକ୍ଟିଭ୍‌ ସଂସ୍ଥାର କର୍ମଚାରୀଙ୍କ ସହାୟତାରେ ଘରେ ଥିବା ସମସ୍ତ ସମାଗ୍ରୀ ବାହାର କରାଯାଇ ରୁମ୍‌କୁ ସିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe