ଏଟିଏମ ଲୁଟି ଉଦ୍ୟମ କରି ବିଫଳ ହେବା ପରେ ବ୍ୟାଙ୍କ ଅଫ୍ ବରୋଦାରୁ ଚୋରି କଲେ  ଦୁର୍ବୃତ୍ତ

 ଏଟିଏମ ଲୁଟି ଉଦ୍ୟମ କରି ବିଫଳ ହେବା ପରେ ବ୍ୟାଙ୍କ ଅଫ୍ ବରୋଦାରୁ ଚୋରି କଲେ  ଦୁର୍ବୃତ୍ତ

ଅନୁଗୁଳ/ପାଇକସାହି: ଅନୁଗୁଳ  ଜିଲ୍ଲା ଅନ୍ତର୍ଗତ ପାଇକସାହିରେ ଥିବା ବ୍ୟାଙ୍କ ଅଫ୍ ବରୋଦାରୁ ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହିରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ଏଟିଏମରୁ ଟଙ୍କା ଚୋରି ଉଦ୍ୟମ କରିଥିଲେ। ସେମାନେ ଏଟିଏମ୍ ଭାଙ୍ଗି ନ ପାରି ପରେ ବ୍ୟାଙ୍କ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରୁ କୌଣସି ଟଙ୍କା ଲୁଟି ପାରି ନଥିବା କୁହାଯାଉଛି। ତେବେ ସେମାନେ ୨ଟି କମ୍ପ୍ୟୁଟର ଚୋରି କରି ନେଇଥିବା ଜଣାଯାଇଛି।

ଏନେଇ ଆଜି ସକାଳେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଠାକୁରଗଡ଼ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ କାହାରିକୁ ଗିରଫ କରାଯାଇ ନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe