ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ପ୍ରଭାବିତ ହେଲା ବ୍ୟାଙ୍କିଙ୍ଗ୍ ସେବା

Advertisment
ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ପ୍ରଭାବିତ ହେଲା ବ୍ୟାଙ୍କିଙ୍ଗ୍ ସେବା

ବାରିପଦା: ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ ପକ୍ଷରୁ ହୋଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରାରେ ପ୍ରଭାବିତ ହୋଇଛି ମୟୂରଭଞ୍ଜର ବ୍ୟାଙ୍କିଙ୍ଗ୍ ସେବା। ଏହି ବନ୍ଦ ଡାକରା ଫଳରେ ଦେଶର ସମସ୍ତ ସରକାରୀ ବେସରକାରୀ ବ୍ୟାଙ୍କ ଗତକାଲିଠାରୁ ବନ୍ଦ ରହିଥିଲା। ବ୍ୟାଙ୍କ୍, ବୀମା ଭଳି ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦରେ ଜିଲ୍ଲାର ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀ ସାମିଲ ହୋଇଥିଲେ। ଏହି ଧାରଣାକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନର ଉପସଭାପତି ଭବାନୀ ଶଙ୍କର ସାମଲ, ରଜନୀ ଦଳେଇ, ଅନୁଶ୍ରୀ ନାଏକ, ଏସବିଆଇର ଏଲଡିସି ଅନିଲ ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe