ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟ ବଦଳିଲା, ଏସଏଲବିସିକୁ ଚିଠି ଲେଖିଲା ରାଜ୍ୟ ଅର୍ଥ ବିଭାଗ

Advertisment
ବୃଦ୍ଧ ମଉସାଙ୍କ ଏଟିଏମ ନିଜ ପାଖେ ରଖି ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର

image source-sambad english

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶାର ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟ ସକାଳ ୧୦ଟାରୁ ୨ ଟା ଏବଂ ବ୍ୟାଙ୍କିଙ୍ଗ୍ ସମୟ ୧୦ଟାରୁ ୪ଟା ଯାଏଁ ହେବ।

ରାଜ୍ୟରେ ବ୍ୟାଙ୍କଗୁଡିକର ଏହି ନୂତନ ସମୟ ଏପ୍ରିଲ ୨୬ ତାରିଖରୁ ମଇ ୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ରାଜ୍ୟ ଅର୍ଥ ବିଭାଗ ଆଜି ଏ ସମ୍ପର୍କରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) କୁ ଚିଠି ଲେଖିଛି। ଅର୍ଥ ବିଭାଗର ଚିଠିରେ କୁହାଯାଇଛି ଯେ ପ୍ରଶାସନିକ କାର୍ଯ୍ୟାଳୟ ଏବଂ ବ୍ୟାଙ୍କର ଶାଖାଗୁଡ଼ିକ ରୋଟେସନ୍ ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ।

ଏହି ସମୟରେ ଶନିବାର ଦିନ, ସଟ୍ ଡାଉନ୍ ରହୁଥିବା ହେତୁ ସମସ୍ତ ସହରାଞ୍ଚଳ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡ଼ିକରେ ବନ୍ଦ ରହିବ।

ପ୍ରଭାବଶାଳୀ କାର୍ଯ୍ୟ ପାଇଁ ଶାଖାର ବ୍ୟବସାୟକୁ ଦୃଷ୍ଟିରେ ରଖି ଏବଂ ଲୋକଙ୍କ ପାଇଁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ସୁନିଶ୍ଚିତ କରିବା ପାଇଁ କର୍ମଚାରୀଙ୍କ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ଉପଯୁକ୍ତ ନିଷ୍ପତ୍ତି ନିଆଯାଇପାରେ। ଏହାଛଡ଼ା ସମସ୍ତ ବ୍ୟାଙ୍କର ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe