ଫନି ପ୍ରଭାବିତ ଅଂଚଳରେ ସନ୍ଧ୍ୟା ୬ଟା ଯାଏଁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା, ବୁଲିବ ମୋବାଇଲ୍‌ ଏଟିଏମ୍‌

Advertisment
ଫନି ପ୍ରଭାବିତ ଅଂଚଳରେ ସନ୍ଧ୍ୟା ୬ଟା ଯାଏଁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା, ବୁଲିବ ମୋବାଇଲ୍‌ ଏଟିଏମ୍‌

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ପ୍ରଭାବିତ ଅଂଚଳରେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ପ୍ରଭାବିତ ଅଂଚଳରେ ବ୍ୟାଙ୍କ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ୧୪ଟି ଜିଲ୍ଲାରେ ବିଗତ ୬ ଦିନ ମଧ୍ୟରେ ବ୍ୟାଙ୍କିଙ୍ଗ ସେବା ନ ମିଳିଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେଣୁ ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ବାତ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଅପରାହ୍ଣ ୪ ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ ସୁବିଧା ଦିଆଯିବ। ସେହିଭଳି ଲୋକଙ୍କର ସୁବିଧା ପାଇଁ ମୋବାଇଲ ଏଟିଏମ୍‌ ବୁଲିବ। ଗ୍ରାମାଂଚଳକୁ ଅଧିକ ପିଏସ୍‌ଓ ମେସିନ ଯୋଗାଇ ଦିଆଯିବ। ବାତ୍ୟା ପରେ ବି ୫୦ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ଅଛି। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ମଧ୍ୟ ଗଚ୍ଛିତ ଅଛି। ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛି। ବାତ୍ୟାରେ ନଷ୍ଟ ହୋଇଥିବା ସମସ୍ତ ଚିରା ଫଟା ନୋଟ ମଧ୍ୟ ଗ୍ରହଣ କରାଯିବ। କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ ଚିରା ନୋଟ ନେବାକୁ ମନା କରିବେ ନାହିଁ। ଚିରା ନୋଟ ବଦଳରେ ଏହାର ମୂଲ୍ୟ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe