ବନମାଳୀପୁର ଅକ୍ଷୟ ହତ୍ୟାକାଣ୍ଡ ଘଟଣା: କେମିତି ମାରିଥିଲେ କହିଲା ହତ୍ୟାକାରୀ ଦିଲୁ

Advertisment
ବନମାଳୀପୁର ଅକ୍ଷୟ ହତ୍ୟାକାଣ୍ଡ ଘଟଣା:  କେମିତି ମାରିଥିଲେ କହିଲା ହତ୍ୟାକାରୀ ଦିଲୁ

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ନୂଆସାହି ବଜାରରେ ଗତମାସ ୧୭ ତାରିଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ମଝିହରା ପଞ୍ଚାୟତ ମହଲା ସାହିର ଅକ୍ଷୟ ମାଝୀ ( ୪୨ ) ଙ୍କୁ ଦଣ୍ଡାସାହି ( ପଦପୋଖରୀ ) ର ଦିଲୁ ଭୋଇ ଏବଂ ତାଙ୍କ ବାପା କାଳନ୍ଦୀ ଭୋଇ ମାରଣାସ୍ତ୍ର ଏବଂ ପଥରରେ ଛେଚି ହତ୍ୟା କରିଥିଲେ।

ବାଲିପାଟଣା ପୁଲିସ ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ୨ ଦିନିଆ ରିମାଣ୍ଡରେ ଆଣି ଆଜି ହତ୍ୟା କାଣ୍ଡ ସ୍ଥାନକୁ ନେଇ କିପରି ହତ୍ୟା କରିଥିଲେ ତଥ୍ୟ ସଂଗ୍ରହ କରିଛି । ସେହି ଛାତି ଥରା କାହାଣୀ ସମ୍ପର୍କରେ ଦିଲୁ ପୁଲିସକୁ ଟିକିନିଖି କରି ବଖାଣିଛି । ହତ୍ୟାକାଣ୍ଡ ରାତିରେ ଦିଲୁ ଏବଂ ଅକ୍ଷୟ ନୁଆସାହି ବଜାରର ଏକ ସାର ଦୋକାନ ପିଣ୍ଡାରେ ବସି ନିଶା ସେବନ କରିଥିଲେ। ପରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା।

ଦିଲୁଙ୍କ କହିବା ଅନୁଯାୟୀ ମୃତ ଅକ୍ଷୟ ତାଙ୍କୁ ଏକ ଛୁରୀ ରେ ପ୍ରଥମେ ଆକ୍ରମଣ କରିଥିଲେ । ରାଗରେ ଜର୍ଜରିତ ହୋଇ କାଳନ୍ଦୀ ଏବଂ ଦିଲୁ ଆକ୍ରମଣ କରି ଅକ୍ଷୟକୁ ଗୁରୁତର କରିଥିଲେ। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଷୟ ଙ୍କ ମୃତ୍ୟୁ ହୋଇଥିଲା । ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ପୁଲିସ ଗତ ୧୯ ତାରିଖ ରେ ବାଲିପାଟଣା ୧0 ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ।

ଫେରାର ଥିବା ମୁଖ୍ୟ ଆସାମୀ ଦିଲୁ ୨୮ ରେ କୋର୍ଟରେ ଆତ୍ମ ସମର୍ପଣ କରିଥିଲା। ଅକ୍ଷୟଙ୍କ ପତ୍ନୀଙ୍କୁ ଦିଲୁ ଏକତରଫା ପ୍ରେମ କରିବା କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe