ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ବାପି ହାଁସଦା

Advertisment
ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ବାପି ହାଁସଦା

ବାଲେଶ୍ୱର: କର୍ଣ୍ଣାଟକ ଉଡ଼ୁପିଠାରେ ଚାଲିଥିବା ଅଷ୍ଟାଦଶ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ୪୦୦ ମିଟର ବାଳକ ବାଧାଦୌଡ଼ରେ ସ୍ବର୍ଣ୍ଣପଦକ ଜିତିବା ସହ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବସ୍ତା ବ୍ଲକ୍ ରାଉତପଡ଼ା ପଞ୍ଚାୟତ ଝିଙ୍କିରିଆ ଗ୍ରାମର ଯୁବ ପ୍ରତିଭା ବାପି ହାଁସଦା। ସେ ୫୧.୯୫ ସେକେ‌ଣ୍ଡରେ ଏହି ରେସ୍‌ ଶେଷ କରିଥିଲେ।

ଏହି ଖୁସି ଖବର ପାଇବା ପରେ ଆଜି ଅପରାହ୍‌ଣରେ ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ରାଉତପଡା ପଞ୍ଚାୟତର ଝିଙ୍କିରିଆରେ ଥିବା ବାପିଙ୍କ ଘରେ ପହଞ୍ଚି ତାଙ୍କ ମା’ ସୁକାନ୍ତି ହାଁସଦାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଶ୍ରୀମତୀ ଜେନା ଫୋନ୍‌ଯୋଗେ ବାପି ହାଁସଦା‌ଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତି, ସମିତିସଭ୍ୟ ହରେକୃଷ୍ଣ ପାଳ, ରାଉତପଡା ପଞ୍ଚାୟତର ମାୟାଧର ମଣି, ବରିଷ୍ଠ ନେତା ମହାଦେବ ଦାସ, ଗଡ଼ପଦା ପଞ୍ଚାୟତ ବିଜେଡି ସଭାପତି ନାରାୟଣ ଚନ୍ଦ୍ର ନାୟକ, ସମିତିସଭ୍ୟ ଅବଦୁଲ ହମିଦ୍‌ ଖାନ, କୁଡ଼ିଆ ପଞ୍ଚାୟତର ସମିତିସଭ୍ୟ ଜୟପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe