ଆଇନଜୀବୀଙ୍କୁ ମାଡ ଘଟଣା: ଓକିଲ ସଂଘର ଚେତାବନୀ; ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରା ନ ଗଲେ ବନ୍ଦ ହେବ ସରକାରୀ ଅଫିସ୍‌

Advertisment

ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓକିଲ ସଂଘ 

ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓକିଲ ସଂଘ 

ଆଇନଜୀବୀଙ୍କୁ ମାଡ ଘଟଣା: ଓକିଲ ସଂଘର ଚେତାବନୀ; ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରା ନ ଗଲେ ବନ୍ଦ ହେବ ସରକାରୀ ଅଫିସ୍‌

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ କିଛି ଅସାମାଜିକ ଯୁବକ ଏକ ହୋଟେଲରେ ପ୍ରାଣାନ୍ତକ ଆକ୍ରମଣ ପ୍ରତିବାଦରେ ଆଜି ସ୍ଥାନୀୟ ଓକିଲ ସଂଘ ତରଫରୁ କାମାକ୍ଷାନଗର ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ୩ଦିନ ଭିତରେ ପୁଲିସ ଯଦି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ କାମାକ୍ଷାନଗର ସମସ୍ତ ସରକାରୀ ଅଫିସକୁ ବନ୍ଦ କରାଯିବ। ଏଥି ସହ ପୁଲିସକୁ ମଧ୍ୟ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ଓକିଲ ସଂଘ ତରଫରୁ ଏହି ଘଟଣାକୁ ନେଇ କାମାକ୍ଷାନଗର ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଥିଲା।ଏହାକୁ କାମାକ୍ଷାନଗର ସମସ୍ତ ସଂଗଠନ ମଧ୍ୟ ସମର୍ଥନ ଦିଆଯାଇଥିଲା। ସୂଚନା ଅନୁସାରେ ଗତ ମାସ ୨୮ ତାରିଖରେ କାମାକ୍ଷାନଗର ଅଞ୍ଚଳର ଗୋଟିଏ ହୋଟେଲରେ ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ କରାଯାଇଥିଲା ।ଗୁରୁତର ଭାବେ ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଶେଷରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାଦା  ଓ କାମାକ୍ଷାନଗର ଏସଡିପି ପିଓଙ୍କ ସମେତ ଓକିଲ ସଂଘର ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe