ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

Advertisment
ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

Sambad

କଟକ: ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ରଙ୍କର ଆଜି (ଶନିବାର) ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ପୂର୍ବରୁ କରୋନ‌ାରେ ସଂକ୍ରମିତ ହୋଇଥିଲେ ମଧ୍ୟ କରୋନାରୁ ଆରୋଗ୍ୟଲାଭ କରି ନିଜ ବାସଭବନକୁ ଫେରି ଆସିଥିଲେ। ପରେ ଏଇ ଗତ କିଛି ଦିନ ହେବ ସେ ଆଉଥରେ ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଭୁବ‌ନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ, ଆଜି ପୂର୍ବାହ୍ନ ୧୨ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଆଲୋକ ମହାପାତ୍ର ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe