ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ : ବାର୍ କାଉନସିଲ ଅଫ ଇଣ୍ଡିଆ ଗଠନ କଲା ସ୍ବତନ୍ତ୍ର କମିଟି

Advertisment
ଥମୁନି ଦିଲ୍ଲୀ ପୁଲିସ-ଓକିଲ ବିବାଦ : ପୁଲିସ ଆବେଦନ ହାଇ‌େକାର୍ଟରେ ଖାରଜ, କାର୍ଯ୍ୟାନୁଷ୍ଠାନ ପାଇଁ ବାର କାଉନସିଲ୍‌ର ଦାବି

Law Corner

କଟକ : ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏପରି ପରିସ୍ଥିତିରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ବାର୍ କାଉନସିଲ ଅଫ୍‌ ଇଣ୍ଡିଆ ଏକ ସ୍ବତନ୍ତ୍ର କମିଟି ଗଠନ କରିଛି । ନିର୍ବାଚିତ ପରିଷଦ ସଦସ୍ୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ନଭେମ୍ବର ୪ରେ ଶେଷ ହୋଇଥିବା ବେଳେ ନଭେମ୍ବର ୫ରୁ ଏହି ସ୍ବତନ୍ତ୍ର କମିଟି ଦାୟିତ୍ବରେ ରହିବ।

ବାର୍ କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଦେଶରେ ଗଠିତ ଏହି ସ୍ବତନ୍ତ୍ର କମିଟିରେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍ସ-ଅଫିସିଓ ‌ମେମ୍ବର ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି। ଏଥିସହିତ ପରିଷଦର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଓ ପରିଷଦର ନିର୍ବାହୀ କମିଟିର ପୂର୍ବତନ ଅଧ୍ୟକ୍ଷ ଆଇନଜୀବୀ ଅଜୟ କୁମାର ବରାଳଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଯଦି ଆବଶ୍ୟକ ପଡେ ତେବେ ସ୍ବତନ୍ତ୍ର କମିଟି ବାର୍ କାଉନସିଲ ଅଫ ଇଣ୍ଡିଆ ସହିତ ପରାମର୍ଶ କରି ଏକ ସବ୍ କମିଟି ଗଠନ କରି ପାରିବ। ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ପ୍ରାଥମିକ ଓ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ କମିଟି ପଦକ୍ଷେପ ଗ୍ରହଣ କରିବ। ଜା‌ଲ ଡିଗ୍ରି ଥିବା ବ୍ୟକ୍ତି ଓ ଆଇନଜୀବୀ ପେସାରେ ନଥିବା ବ୍ୟକ୍ତି ଯେପରି ଭୋଟର ହୋଇ ନ ପାରିବେ ସେ ନେଇ କମିଟି ସୁନିଶ୍ଚିତ କରିବ। ଏଥି ସହିତ ଅଯଥା ବିଳମ୍ବ ନ କରି ନିର୍ବାଚନ ପାଇଁ ତ୍ବରିତ ପଦକ୍ଷେପ କମିଟି ଗ୍ରହଣ କରିବ ବୋଲି ବାର୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଆଇନଜୀବୀ ପରିଷଦର ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ବର୍ଦ୍ଧିତ କାର୍ଯ୍ୟକାଳ ନଭେମ୍ବର ୪ରେ ଶେଷ ହୋଇଥିବା ବେଳେ ଆଡଭୋକେଟ୍ସ ଆକ୍ଟର ଧାରା ୮-କ’ରେ ଥିବା ବ୍ୟବସ୍ଥା ଅନୁସାରେ ବାର୍ କାଉନସିଲ ଅଫ ଇଣ୍ଡିଆ ଏପରି ସ୍ବତନ୍ତ୍ର କମିଟି ଗଠନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe