ହାଇକୋର୍ଟରେ ବାରବାଟୀ-କଟକ ବିଧାୟକଙ୍କ ପିଟିସନ୍ ଖାରଜ: ଦେବାଶିଷଙ୍କୁ ୫ହଜାର ଦେବେ ମୋକିମ୍‌

Advertisment
ବାରବାଟୀ-କଟକ ନିର୍ବାଚନୀ ମାମଲା: ବିଧାୟକ ମହମ୍ମଦ ମୋକିମଙ୍କ ଜେରା ଆରମ୍ଭ

Facebook

କଟକ : ବାରବାଟୀ-କଟକ ଆସନ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରା‌ୟ ରୁଜୁ କରିଥିବା ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ ପାଇଁ ବିଧାୟକ ମହମ୍ମଦ ମୋକିମ୍ ଦାୟର କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହାଇକୋର୍ଟ ‌ବିଧାୟକଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଶ୍ରୀ ସାମନ୍ତରାୟଙ୍କୁ ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଧାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟ ଏହି ମାମଲାରେ ୨୧୫ ପୃଷ୍ଠାର ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ନିର୍ବାଚନ ମୋକଦ୍ଦମାର ଶୁଣାଣି ଚାଲିବ ବୋଲି ସ୍ପଷ୍ଟ ହୋଇଛି।

ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ଅଗଷ୍ଟ ୨୬ରେ ହାଇକୋର୍ଟ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ବିଧା‌ୟକଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମୋକିମ ବିଜୟୀ ହୋଇଥିବାବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ତାହା ଅସଂପୂର୍ଣ୍ଣ ବୋଲି ଅଭିଯୋଗ ହୋଇଥିଲା। ଦାଖଲ ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଥିଲା ଯେ ପ୍ରତିପକ୍ଷ ନିଜ ସତ୍ୟପାଠରେ ବହୁ ତଥ୍ୟ ଲୁଚାଇ ଥିଲେ। ସତ୍ୟପାଠରେ ତାଙ୍କ ନାଁରେ ଥିବା ବିଭିନ୍ନ ମାମଲା ସଂକ୍ରାନ୍ତରେ ସଠିକ ତଥ୍ୟ ଦିଆଯାଇନାହିଁ। ସଂପତ୍ତି ସଂପର୍କରେ ମଧ୍ୟ ସତ୍ୟପାଠରେ ଠିକ୍ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ନାମାଙ୍କନ ଦାଖଲ ସମୟ‌ରେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥି ସହିତ ବାରବାଟୀ-କଟକ ଆସନ ପାଇଁ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଶ୍ରୀ ସାମନ୍ତରାୟ ନି‌ବେଦନ କରିଥିଲେ। ସିପିସିର ଅର୍ଡର ୭, ରୁଲ ୧୧ ଅନୁସାରେ ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ମୋକିମ ଏକ ପିଟିସନ ଦାୟର କରି ଏହି ନିର୍ବାଚନୀ ମୋକଦ୍ଦମା ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇଥିଲେ। ଏହି ନିର୍ବାଚନ ମୋକଦ୍ଦମାକୁ ଖାରଜ କରିବାକୁ ପିଟିସନରେ ନିବେଦନ କରାଯାଇଥିଲ।

ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe