୫ବର୍ଷ ପରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ୍‌: ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

Advertisment
୫ବର୍ଷ ପରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ୍‌: ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍‌ ଖେଳାଯିବ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡିୟମ ଦିନିକିଆ ମ୍ୟାଚ୍‌ର ଆୟୋଜନ କରିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ‌‌ହେବେ। ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।

୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ।  ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ୨ୟ ମ୍ୟାଚ୍‌ କଟକ ଓ ୩ୟ ମ୍ୟାଚ୍‌ ଅହମ୍ମଦାବାଦରେ ହେବ।

ତେବେ ପ୍ରାୟ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବା ନେଇ ଜଣାପଡ଼ିବ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବାରବାଟୀରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ୍‌ ୨୦୧୯ ଡିସେମ୍ବର ୨୨ରେ ଖେଳାଯାଇଥିଲା।

ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୫ ହଜାର। ଏଠାରେ ଏପର୍ଯ୍ୟନ୍ତ୨୭ଟି ଦିନିକିଆ ମ୍ୟାଚ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ଟି ମ୍ୟାଚ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିଥିବା ଦଳ ୧୬ଟି ମ୍ୟାଚ୍‌ ଜିତିଛି। ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ୨୨୯ ରନ୍‌। କିନ୍ତୁ ଦ୍ବିତୀୟ ଇନିଂସର ହାରହାରି ସ୍କୋର ୨୦୧ ରନ୍‌। ଏଠାରେ ସର୍ବାଧିକ ସ୍କୋର ୬ ୱିକେଟ୍‌ ବିନିମୟରେ ୩୮୧ ରନ୍‌ ହୋଇଥିଲା। ୨୦୧୭ ଜାନୁଆରି ୧୯ ତାରିଖରେ ଏହି ସ୍କୋର ଇଂଲଣ୍ଡ ବିପକ୍ଷରେ ଭାରତ କରିଥିଲା। ଭାରତ ଏହି ମ୍ୟାଚ୍‌ ୧୫ ରନ୍‌ରେ ଜିତିଥିଲା। ସେହି ମ୍ୟାଚରେ ଯୁବରାଜ ସିଂହ ୧୫୦ ରନ୍‌ ଓ ମହମ୍ମଦ ସିଂହ ଧୋନି ୧୩୪ ରନ୍‌ କରିଥିଲେ। ଭାରତୀୟ ଟିମ ବାରବାଟୀରେ ୧୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe