ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ରଙ୍ଗସଭାରେ ଷଡ୍‌ଯନ୍ତ୍ରର ଚକ୍ରବ୍ୟୂହ

Advertisment
ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ରଙ୍ଗସଭାରେ ଷଡ୍‌ଯନ୍ତ୍ରର ଚକ୍ରବ୍ୟୂହ

ମଥୁରାନଗରୀ: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ର˚ଗସଭା ଥିଲା ମୁଖ୍ୟ ଆକର୍ଷଣ। ନାଟ୍ୟାଭିନୟ କ୍ରମରେ ମହାରାଜଙ୍କ ଦରବାରରେ ର˚ଗସଭା, କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର ରଚନା, ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ବିଚାର, ରାଜନର୍ତ୍ତକୀଙ୍କ ନୃତ୍ୟ ଉତ୍ସବ ସହ ଗୋପପୁରରେ ଗୋପୀଙ୍କ ଦଧିବିକା, ବସ୍ତ୍ରହରଣ ଓ ଯମୁନା ଆଳତି ଦୃଶ୍ୟ ଅଭିନୀତ ହୋଇଛି। ଶୂନ୍ୟବାଣୀ ପରେ ନିଜ ଆସନ୍ନ ମୃତ୍ୟୁକୁ ନେଇ ବ୍ୟସ୍ତବିବ୍ରତ ମହାରାଜ କ˚ସ। ମନରେ ଜାବୁଡ଼ି ଧରିଛନ୍ତି କ୍ରୋଧ ଓ ଭୟ।

ତଥାପି ଗର୍ବ ଓ ଗରିମାରେ ନିଜର ପତିଆରା ଜାହିର କରୁଛନ୍ତି। ପରାକ୍ରମ ପ୍ରଦର୍ଶନ ପାଇଁ ଜାରି ରଖିଛନ୍ତି ଧ୍ବ˚ସଲୀଳା। ତରକାସୁର, ଇନ୍ଦ୍ର ଓ ଯମରାଜଙ୍କୁ ପରାସ୍ତ କରି ନିଜକୁ ଅଜେୟ ଅମର ବୋଲି ଘୋଷଣା କରିଛନ୍ତି। ହେଲେ କୃଷ୍ଣ ଭୟ ପିଛା ଛାଡ଼ୁନି ମହାରାଜ କ˚ସଙ୍କୁ। ଭୟ ଓ ଭୀତି ମଧୢରେ ପରାକ୍ରମ ପ୍ରଦର୍ଶନ ପାଇଁ ସେ ରାଜ ଦରବାରରେ ‘ର˚ଗସଭା’ର ଆୟୋଜନ କରିଛନ୍ତି। ମହାରାଜ କ˚ସଙ୍କ ନିମନ୍ତ୍ରଣ ପାଇ ମଗଧର ରାଜା ଜରାସନ୍ଧ, ଶୋଣିତପୁରର ରାଜା ବାଣାସୁର, କରିଦ୍ର ରାଜା ପୌଣ୍ତ୍ରକ, କବୁଆର ମର୍କତ ରାଜା ବିବିଧ, କଳିଙ୍ଗ ସମ୍ରାଟ ବଜ୍ରସେନ, ମଣିକୁଣ୍ତଳୀ ରାଜ୍ୟ ଦାନବ ନରେଶ ସୌଦାଶ, ଚେଦିରାଜ୍ୟ ନରପତି ଶିଶୁପାଳ, କାଳକେୟ ରାଜ୍ୟର ନିର୍ବାତ କବଚ, ଶାକଲ୍ୟରାଜା ଶାଲ୍ବ, ଉଡ଼˚ଗଦେଶ ରାଜା ବଜ୍ରନାଭ, ପଞ୍ଚବନ ପର୍ବତ ଦାନବ ରାଜା ନାରକାସୁରଙ୍କ ସମେତ ଅନ୍ୟ କରଦ ରାଜାମାନେ ର˚ଗସଭାରେ ଯୋଗ ଦେଇଥିଲେ। ନିମନ୍ତ୍ରିତ ରାଜାମାନେ ର˚ଗସଭାରେ ନିଜ ପରାକ୍ରମ ପ୍ରଦର୍ଶନ କରି କୃଷ୍ଣ ବଧ ପାଇଁ ନିଜ ନିଜ ସୈନ୍ୟସାମନ୍ତଙ୍କ ସହିତ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଧନୁଯାତ୍ରାର ଆୟୋଜନ କରି କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ର˚ଗସଭାରେ ନିଷ୍ପତ୍ତି ହୋଇଥିଲା। ମହାରାଜଙ୍କ ଆତିଥ୍ୟ ଗ୍ରହଣ କରିଥିବା ରାଜାମାନଙ୍କ ମନୋର˚ଜନ ପାଇଁ ନୃତ୍ୟ ଗୀତର ଆସର ଜମିଥିଲା।

ଗୋପରେ ବସ୍ତ୍ରହରଣ: ଲାଜରେ ଝାଉଁଳିଲେ ଗୋପାଙ୍ଗନା

publive-image

ଗୋପପୁର: ଗୋପପୁରେ ଜାରି ରହିଛି କୃଷ୍ଣଲୀଳା। ଏଥିରେ ବିଭୋର ହୋଇଛନ୍ତି ଗୋପପୁରବାସୀ। ଗୁରୁବାର ଗୋପପୁରରେ ଗୋପୀଙ୍କ ଦଧିବିକା ସହ ଯାତ୍ରାର ମୁଖ୍ୟ ଆକର୍ଷଣ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଥିଲା। ଏଥିସହ ଯମୁନା ଆଳତି ବିଧି ସମାପନ ହୋଇଛି। ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ଗୋପପୁର ଭ୍ରମଣ ଓ ଖେଳକୁଦରେ ମାତିଥିଲେ। ଭକ୍ତି ଓ ବାତ୍ସଲ୍ୟ ରସରେ ବିଗଳିତ ଗୋପପୁରବାସୀ କୃଷ୍ଣବଳାରାମଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗୋପୀମାନେ ଦଧିବିକ୍ରି ପାଇଁ ବାହାରିଥିଲେ। ଯମୁନା ନଈରେ ଗୋପାଙ୍ଗନାମାନେ ସ୍ନାନ କରୁଥିବା ବେଳେ କୂଳରେ ଥିବା ସେମାନଙ୍କ ବସ୍ତ୍ରକୁ ନେଇ କୃଷ୍ଣ କଦମ୍ବ ଗଛରେ ଚଢ଼ିଥିଲେ। ଗୋପାଙ୍ଗନାମାନେ ବସ୍ତ୍ର ଚୋରି କଥା ଜାଣି ଲାଜରେ ଝାଉଁଳି ପଡ଼ିଥିଲେ। ବସ୍ତ୍ର ଫେରାଇ ଦେବା ପାଇଁ କୃଷ୍ଣଙ୍କ ପାଖରେ ନେହୁରା ହୋଇଥିଲେ। ଏହି ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ପରେ ଯମୁନା ଆଳତି ସହ ବିଭିନ୍ନ ସା˚ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe