କୃଷ୍ଣ-ବଳରାମଙ୍କ ମଥୁରା ଆଗମନ

Advertisment
କୃଷ୍ଣ-ବଳରାମଙ୍କ ମଥୁରା ଆଗମନ

ମଥୁରାନଗରୀ/ଗୋପପୁର: କୃଷ୍ଣ-ବଳରାମଙ୍କୁ ବିଦାୟରେ ଗୋପପୁରବାସୀ ବିଳାପ କରୁଛନ୍ତି। କୃଷ୍ଣ-ବଳାରାମଙ୍କୁ ଧରି ଅକ୍ରୁର ଗୋପପୁରରୁ ବିଦାୟ ନେବାବେଳେ ମା' ଯଶୋଦାଙ୍କ ସହ ଗୋପୀମାନେ ବିଳାପ କରୁଛନ୍ତି। ଗୋପପୁର ବେନି ଭାଇଙ୍କୁ ବିଦାୟ ଦେଇ କାନ୍ଦୁଛି। ଧନୁଯାତ୍ରା ମହୋତ୍ସବର ନବମ ଦିବସରେ ମଥୁରାନଗରୀରେ କ˚ସଙ୍କ ନଗର ଭ୍ରମଣ, ମଥୁରା ଆମ୍ରବନରେ ଶ୍ରୀକୃଷ୍ଣ ଭକ୍ତିିରେ ନିମଗ୍ନ ମୁନି ଋଷିଙ୍କ ଉପରେ କ˚ସଙ୍କ ଅତ୍ୟାଚାର ଏବ˚ ଗୋପପୁରରୁ କୃଷ୍ଣ-ବଳରାମଙ୍କ ବିଦାୟ ଓ ମଥୁରାନଗରୀରେ କୃଷ୍ଣ-ବଳରାମ  ଆଦିମାତା ମନ୍ଦିରରେ ବିଶ୍ରାମ ଦୃଶ୍ୟ ଅଭିନୀତ ହୋଇଛି। କୃଷ୍ଣ-ବଳରାମଙ୍କ ମଥୁରାଗମନ ଖବର ପାଇ ଯୋଜନା ସାର୍ଥକ ହେଲା ଭାବି ଉଚ୍ଚ ଅଟ୍ଟହାସ୍ୟ କରୁଛନ୍ତି ମଥୁରାନରେଶ  ।

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ଗୋପପୁରରୁ ବିଦାୟ ଦୃଶ୍ୟ ସବୁଠୁ ମାର୍ମିକ ଓ ହୃଦୟ ବିଦାରକ ହୋଇଥାଏ। ମହାମନ୍ତ୍ରୀ ଅକ୍ରୂର ଗୋପପୁର ପହଞ୍ଚିବା ପରେ ତାଙ୍କୁ ଦେଖି ମୁରୁକି ମୁରୁକି ହସି ଉଠିଲେ ଭକ୍ତ ବତ୍ସଳ ଶ୍ରୀକୃଷ୍ଣ । ଅକ୍ରୂର ଜାଣି ପାରିଲେ ଏଇ ତାଙ୍କର ପରମ ଆରାଧୢ ଭଗବାନ ଶ୍ରୀକୃଷ୍ଣ। ଆନନ୍ଦରେ ତାଙ୍କ ଆଖିରୁ ବୋହି ଯାଇଛି  ଲୋତକର ଧାରା। ପ୍ରଭୁଙ୍କ ପାଦ ପଦ୍ମରେ ପଡ଼ି କାନ୍ଦି ଉଠିଥିଲେ। ରାତ୍ରୀଯାପନ ପରେ ଅକ୍ରୂର କୃଷ୍ଣ-ବଳରାମଙ୍କୁ ନେଇ ମଥୁରା ଅଭିମୁଖେ ଯାତ୍ରା କରିବାକୁ ବାହାରିବା ସମୟରେ ବାଟ ଉଗାଳିଥିଲେ ଗୋପପୁରବାସୀ। କୃଷ୍ଣ ତାଙ୍କର ପ୍ରିୟ ସଖା ସଖୀ ଗୋପାଳ ଓ ଗୋପାଙ୍ଗନା ମାନଙ୍କ ଠାରୁ ବିଦାୟ ନେଇଛନ୍ତି। କୃଷ୍ଣପ୍ରେମରେ ବିଭୋର, କୃଷ୍ଣରସରେ ବିଗଳିତ ଗୋପପୁରବାସୀ କୃଷ୍ଣଙ୍କ ବିଚ୍ଛେଦ କଥା ସ୍ବପ୍ନରେ ସୁଦ୍ଧା ଭାବି ପାରୁନାହାନ୍ତି। ତେଣୁକରି ଗୋପପୁରର ଆବାଳ ବୃଦ୍ଧ ବିନିତା କୃଷ୍ଣଙ୍କୁ ଦୃଷ୍ଟିରୁ ଅନ୍ତର କଥା ଭାବିଲା ମାତ୍ରେ କାନ୍ଦି ପକାଇଛନ୍ତି।

ମଥୁରାରେ ମହାରାଜ କ˚ସ  ଅପରାହ୍ନରେ ନଗର ଭ୍ରମଣରେ ବାହାରିଥିଲେ। ମୃତ୍ୟୁକୁ ନେଇ  ଭୀତଃତ୍ରସ୍ତ କ˚ସ କୃଷ୍ଣ ନାମ ଶୁଣିଲେ ବିରକ୍ତି ପ୍ରକାଶ କରୁଛନ୍ତି। ତାଙ୍କର ଏହି ଭ୍ରମଣ ବେଳେ ମଥୁରାର ଆମ୍ର ବନରେ ପହଞ୍ଚି ସେଠାରେ କୃଷ୍ଣ ଭକ୍ତିରେ ନିମଗ୍ନ ଥିବା ମୁନିଋଷିଙ୍କ ଉପରେ କ୍ରୋଧାନ୍ବିତ ହୋଇ ଉଠିଥିଲେ । ମହାରାଜାଙ୍କ ଆଦେଶକ୍ରମେ ଦୈତ୍ୟମାନେ ମୁନିଋଷିଙ୍କୁ ପ୍ରବଳ ଅତ୍ୟାଚାର କରିଥିଲେ। ଏଣେ କ˚ସ ସ୍ବପ୍ନରେ କୃଷ୍ଣକୁ ଦେଖି ଚମକି ପଡ଼ିଥିଲେ। ସାରା ଦେହ ଝାଳନାଳ ହୋଇଯାଇଛି। ବାରମ୍ବାର ସେଇ ଦୈବବାଣୀ 'ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ମୃତ୍ୟୁ କାରଣ ଏବ˚ ତୋତେ ମାରୁଛି ଯିଏ ଗୋପରେ ବଢୁଛି ସିଏ..' ଗୁ˚ଜରିତ ହେଉଛି। ହେଲେ କୃଷ୍ଣ-ବଳରାମଙ୍କ ମଥୁରା ଆସୁଥିବା  ସୂଚନା ପାଇ ଉତ୍‌ଫୁଲ୍ଲିତ ହୋଇ ମହାରାଜା କ˚ସ ଅଟ୍ଟହାସ୍ୟ କରିଛନ୍ତି। ପୁଣି ନାଚଗୀତରେ ବିଭୋର ହୋଇ ଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe