ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା:କୃଷ୍ଣଙ୍କ ଜନ୍ମ, ବିଶ୍ବରୂପ ଦର୍ଶନ

Advertisment
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା:କୃଷ୍ଣଙ୍କ ଜନ୍ମ, ବିଶ୍ବରୂପ ଦର୍ଶନ

ମଥୁରାନଗରୀ: ମଥୁରାଜନଗରୀରେ ମହାରାଜ କଂସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କଂସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ତବିଧାନ ଏବଂ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ବରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ବିତୀୟ ଦିବସର ଘଟଣାବଳୀ।

ଇତିମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ଆଲୋକରେ ଝଲସି ଉଠିଛି ଅନ୍ଧକାର ରାତି। କୃଷ୍ଣଙ୍କୁ ଗୋପପୁରର ନନ୍ଦରାଜାଙ୍କ ଘରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ପୁଣି ଫେରିଆସିଲେ ମଥୁରାର ବନ୍ଦୀଶାଳାକୁ। ସେହିପରି ଗୋପପୁରରେ ସନ୍ଧ୍ୟା ଆଳତି, ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ପ୍ରବେଶ, ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟା ସହ ମଥୁରା କାରଗାର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe