ବରଗଡ଼ ଧନୁଯାତ୍ରା: କିଷନ ବର୍ତ୍ତିଆ ହେବେ ବଳରାମ

Advertisment
ବରଗଡ଼ ଧନୁଯାତ୍ରା: କିଷନ ବର୍ତ୍ତିଆ ହେବେ ବଳରାମ

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକା‌େର କିଷନ ବିର୍ତ୍ତିଆ ଅଭିନୟ କରିବେ। ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ଆଜି ସଂଧ୍ୟାରେ ଅନୁଷ୍ଠିତ ବୈଠକରେ କିଷନଙ୍କ ନାମ ଘୋଷଣା କରାଯାଇଛି। ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ କଳାକାର ଶ୍ରେୟସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା।

ମାତ୍ର ଗତ ୯ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଏଣୁ ଧନୁଯାତ୍ରାରେ ତାଙ୍କ ସ୍ଥାନରେ ଅଭିନୟ ପାଇଁ ନୂତନ କଳାକାର ଖୋଜାଯାଇଥିଲା। ବୈଠକରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ, ଧନୁଯାତ୍ରା କମିଟିର ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ। ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁ କଳାକାର କିଷନ ବିର୍ତ୍ତିଆଙ୍କୁ ଚୟନ କରାଯାଇଥିଲା। ଆସନ୍ତାକାଲିଠାରୁ ସେ ଆଖଡ଼ାଶାଳରେ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe