କଂସ ନିଧନ, ସରିଲା ଧନୁଯାତ୍ରା

Advertisment
କଂସ ନିଧନ, ସରିଲା ଧନୁଯାତ୍ରା

ମଥୁରାନଗରୀ: ଦୀର୍ଘ ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ ପଡ଼ିଛି। କଂସ ନିଧନ ସହ ବିଶ୍ବ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ଶେଷ ହୋଇଛି। ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ନିରବି ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି। ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟକ୍ରମରେ କୃଷ୍ଣବଳରାମଙ୍କ ମଥୁରା ଭ୍ରମଣ କରିଛନ୍ତି। ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚରଙ୍କ ଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେ ପକାଇଥିଲେ। ଅସ୍ଥିର, ବିଚଳିତ ହୋଇ ଉଠିଥିଲେ ମହାରାଜ କଂସ। ମାତ୍ର ତାଙ୍କୁ ଅଶ୍ବାସନା ଦେବା ପାଇଁ  ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହ˚ସଧ୍ବଜ, ଚାଣୁର ମୁଷ୍ଟିକ ଏବ˚ ମଲ୍ଲବୀର ନିଜ ନିଜ ବଳ ପରାକ୍ରମ ବଖାଣିଥିଲେ।  ମହାରାଜଙ୍କ ଅଦେଶ ପାଇବା ମାତ୍ରେ କୃଷ୍ଣବଳରାମଙ୍କ ବଧ କରିବେ ବୋଲି କହିଥିଲେ। ମହାରାଜ କ˚ସ ଏଭି ଆଶ୍ବସନା ବାଣୀ ଶୁଣି ସାମାନ୍ୟ ଆଶ୍ବସ୍ତି  ଅନୁଭବ କରିଥିଲେ। ମନର ଦ୍ବନ୍ଦ୍ବକୁ ପାସୋରିବା ପାଇଁ ପୁଣି ସୁରାପାନ କଲେ। ନୃତ୍ୟଗୀତର ଆସରରେ ମସଗୁଲ ରହିଥିଲେ।

publive-image

ଶେଷରେ ଦୃଶ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣ ପରେ କଂସ ଦରବାର ଅଭିମୁଖେ ଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳି ଥିଲା। କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କ˚ସ। କୃଷ୍ଣବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ। ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କ˚ସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା।  ସେ ନିଜକୁ ଅସହାୟ ମନେ କରିଥିଲେ।  ସତେ କ'ଣ ଦୈବବାଣୀ ସତ ହେବ? ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ କ'ଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇ ଉଠୁଥିଲେ  ମହାରାଜ। ରାଜ ଦରବାରର ଏପଟରୁ ସେପଟକୁ ପଦ ଚାଳନା କରିଛନ୍ତି। ତଥାପି ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ।  ମାମୁଁ-ଭଣଜାଙ୍କ ସମରରେ ମାମୁଁ କ˚ସ ହୋଇଥିଲେ ଧରାଶାୟୀ । ଦରବାର  ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଜୀବନ ଯିବା  ପୂର୍ବରୁ ମହାରାଜ କହିଥିଲେ-
‘‘ବସୁଦେବ˚ ସୁତ˚ ଦେବ˚/କ˚ସ ଚାଣୁର ମର୍ଦ୍ଦନ˚
ଦେବକୀ ପରମାନନ୍ଦ˚/କୃଷ୍ଣ ବନ୍ଦେ ଜଗତ୍‌ ଗୁରୁ’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe