ବରଗଡ଼: ଦିନେ ପରେ ସରିବ ପ୍ରଚାର, ଅନ୍ଧାରୀ ବିଜେ ପାଇଁ ଛକାପଞ୍ଝା

Advertisment
ବରଗଡ଼: ଦିନେ ପରେ ସରିବ ପ୍ରଚାର, ଅନ୍ଧାରୀ ବିଜେ ପାଇଁ ଛକାପଞ୍ଝା

DNA India

ବରଗଡ଼ : ଆସନ୍ତା ୧୬ ତାରିଖ ବରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ସମ୍ମୁଖୀନ ହେବ। ପ୍ରାୟ ୧୫ ଦିନ ଧରି ଚାଲିଥିବା ପ୍ରଚାର ଅଭିଯାନରେ ଦିନେ ପରେ ଆନୁଷ୍ଠାନିକ ଭାବେ ଶେଷ ହେବ। ପ୍ରାର୍ଥୀପତ୍ର ଦାଖଲ ପରଠୁ ଆରମ୍ଭ ହୋଇଥିଲା ମାରାଥନ ପ୍ରଚାର। ମାଇକ୍‌, ବାଜା, ରୋଡ୍‌ ସୋ’, ନିର୍ବାଚନୀ ସଭା ଉପରେ କଟକଣା ଥିବାରୁ ପ୍ରଚାର ମାନ୍ଦା ଲାଗିଥିଲା। ଘରକୁ ଘର ବୁଲି ପ୍ରଚାର ଉପରେ ପ୍ରାର୍ଥୀ ଗୁରୁତ୍ବ ଦେଉଛନ୍ତି। ପୋଷ୍ଟର ଯୁଦ୍ଧ ବି ଆଗଭଳି ନାହିଁ। ତେବେ ଏସବୁ ସୋମବାର ସନ୍ଧ୍ୟାରୁ ବନ୍ଦ ହେବ। ତେବେ ପ୍ରାର୍ଥୀ ଓ ସମର୍ଥକମାନେ ପ୍ରଚାର ଅଭିଯାନ ବନ୍ଦ ହେଲେ ବି ଅନ୍ଧାରୀ ବିଜେ ପାଇଁ ସଜବାଜ ହେଉଛନ୍ତି। ଭୋଟର୍‌ କାହାକୁ ଭୋଟ ଦେବେ, ଏକପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି।

୧୬ ତାରିଖ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ପ୍ରଚ‌ାର ଶେଷ ହେଲେ ହାତରେ ମାତ୍ର ବହୁମୂଲ୍ୟ ୪୮ ଘଣ୍ଟାର ସମୟ ରହିବ। ଏହି ଅବଧିକୁ ଭରପୁର କାମରେ ଲଗାଇବା ପାଇଁ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। ଏତିକି ସମୟରେ ଭୋଟ୍‌ ବ୍ୟାଙ୍କ ଏପଟ ସେପଟ ଆଶଙ୍କା ଥିବାରୁ ରାଜନୈତିକ ଦଳଗୁଡ଼ିକ ମଧୢରେ ଛକାପଞ୍ଝା ଜାରି ରହିଛି। ନିର୍ବାଚନ ଦାୟିତ୍ବ ମୁଣ୍ତାଇଥିବା ନେତାମାନେ ଗୋଟି ଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ଅନ୍ୟ ଦଳକୁ ଅର୍ଥ ବଳ ବ୍ୟବହାର ପାଇଁ ରୋକିବା ସକାଶେ ରଣନୀତି ପ୍ରସ୍ତୁତି ଚାଲିଛି। ଦୁଇଟି ରାତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯିବାର ଆଶ˚କା ରହିଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ଏହି ଦିଗ ଉପରେ କଡ଼ା ନଜର ରଖିଥିବାବେଳେ ପୁଲିସ ମଧୢ ସତର୍କ ରହିଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଧରପକଡ଼ ଚାଲିଛି। ସେହିପରି ଶାନ୍ତିଶୃଙ୍ଖଳା ତଥା ଅବାଧରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe