ବରଗଡ଼ ଧନୁଯାତ୍ରା : କାଳିନ୍ଦୀ ହ୍ରଦରେ କାଳୀୟଦଳନ

କଂସ ଦରବାରରେ ଡିଆର୍‌ଏମ୍‌, ଦୂତି ଅତିଥି

ବରଗଡ଼ ଧନୁଯାତ୍ରା : କାଳିନ୍ଦୀ ହ୍ରଦରେ କାଳୀୟଦଳନ

ଗୋପପୁର : କଳାକାହ୍ନୁଙ୍କ ବାଲ୍ୟଲୀଳାରେ ବିମୋହିତ ହୋଇପଡ଼ିଛନ୍ତି ଗୋପପୁରବାସୀ। କୃଷ୍ଣ-ବଳରାମ ଗୋପାଳ ବାଳକଙ୍କ ସହ ଗାଈଗୋଠକୁ ପ୍ରବେଶ କରି ଗୋଚାରଣ ଓ ଗୋ-ଉପାସନା କରିଛନ୍ତି। ଦଧି ଚୋରିକୁ ନେଇ ଆକଟ କରିବାକୁ ଯାଇ ମାତା ଯଶୋଦା କୃଷ୍ଣଙ୍କୁ ଗଛରେ ବାନ୍ଧି ଦେଇଛନ୍ତି। ଫଳରେ କୃଷ୍ଣ  ଯାମଳାର୍ଜୁନ ଭଞ୍ଜନ ସହ ବିଶ୍ୱରୂପ ଦର୍ଶନ କରାଇଛନ୍ତି ମା’ ଯଶୋଦାଙ୍କୁ । ଏହାପରେ କୃଷ୍ଣ କାଳିନ୍ଦୀ ହ୍ରଦରେ କରିଛନ୍ତି କାଳୀୟ ଦଳନ। ମା’ ଯଶୋଦା ପୁଅର ଏଭଳି ଅଲୌକିକ କାର୍ଯ୍ୟରେ ଶଙ୍କାଗ୍ରସ୍ତ ହୋଇପଡ଼ିଛନ୍ତି। ଗୋପଦାଣ୍ଡରେ ଘରେ ଘରେ କୃଷ୍ଣ-ବଳରାମଙ୍କୁ ପୂଜା କରିଛନ୍ତି ଗୋପୀ-ଗୋପାଙ୍ଗନାମାନେ।  ଶନିବାର ଗୋପପୁରରେ କୃଷ୍ଣ-ବଳରାମ ବାଲ୍ୟଲୀଳା କ୍ରମରେ ଗୋପାଳଙ୍କ ସହିତ ଦଧି ଚୋରି ଆଦି ଦୃଶ୍ୟ ଅଭିନୀତ ହୋଇଥିଲା।

କଂସ ଦରବାରରେ ଡିଆର୍‌ଏମ୍‌, ଦୂତି ଅତିଥି
ମଥୁରାନଗରୀ : ଶନିବାର ରାଜ ଦରବାରରେ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଏବଂ ଦୌଡ଼ରାଣୀ ଦୂତି ଚାନ୍ଦ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଦୂତିଙ୍କ ପ୍ରଶିକ୍ଷକ ଶିବ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜ କଂସ ଡିଆର୍‌ଏମ୍‌ ଶ୍ରୀ କୁମାରଙ୍କୁ ବରଗଡ଼ରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ୍‌ ସେବା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମହାରାଜ ଦୂତିଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ମଥୁରାନଗରୀରେ କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ କରିବାକୁ ମହାରାଜ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe