କଂସ ଦରବାରରେ ଶେଷ ସ୍ପର୍ଶ
ବରଗଡ଼ : ରାତି ପାହିଲେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ। ଏଥିପାଇଁ ସବୁପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁରରେ ଯାତ୍ରା ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।
ଧନୁଯାତ୍ରା ପାଇଁ ସହର ଏବେ ଆଲୋକମାଳାରେ ଝଲସୁଛି। ମୁଖ୍ୟ ତୋରଣ ଅତିଥିଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛି। ସହରକୁ ସଂଯୋଗ କରୁଥିବା ସବୁରାସ୍ତାରେ ଆଲୋକ ଖଚିତ ତୋରଣ ଲାଗିଛି। ମହାରାଜ କଂସଙ୍କ ରାଜଦରବାର ଏବଂ ରଙ୍ଗମହଲ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ମହାରାଜଙ୍କ ପାଇଁ ହାତୀ, ମନ୍ତ୍ରୀବର୍ଗଙ୍କ ସକାଶେ ଓଟ ପହଁଚି ସାରିଲେଣି। ଏଥିସହିତ, ମଥୁରା ନଗରୀରେ କ˚ସ ମହାରାଜଙ୍କ ପ୍ରକୋପର ଝଲକ କାନ୍ଥବାଡ଼ରେ ଦେଖିବାକୁ ମିଳୁଛି। ରଙ୍ଗମହଲ ସମେତ ଅନ୍ୟ ସ୍ଥାନରେ ସାଜସଜ୍ଜା ପ୍ରାୟତଃ ଶେଷ ହୋଇଥିବା ଆୟୋଜକମାନେ କହିଛନ୍ତି।
Follow Us