ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସଙ୍କୁ ଛାଡ଼ୁନି କୃଷ୍ଣ ଭୟ

Advertisment
ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ୭୬ ବର୍ଷରେ ୧୦ କଂସର ରାଜୁତି

ମଥୁରାନଗରୀ : ବାରମ୍ବାର ଗୁଞ୍ଜରିତ ହେଉଥିବା ସେହି ଦୈବବାଣୀ ମହାରାଜ କ˚ସଙ୍କୁ ବିଚଳିତ କରିଦେଉଛି। ‘ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ..।’ ଏହା ଶୁଣି ମୁଖରେ କ୍ରୋଧ ଓ ମନରେ ମୃତ୍ୟୁର ଭୟକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ତ୍ରିପୁର ବିଜୟୀ ମହାରାଜ କଂସ। ସମାଧାନ ପାଇଁ ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଛନ୍ତି। ସାମାନ୍ୟ ବାଳକଟିଏ ତାଙ୍କ ମୃତ୍ୟୁର କାରଣ ହେବ ବୋଲି ମହାରାଜ ତାତ୍ସଲ୍ୟ କରିବା ସହ ଅଟ୍ଟହାସ୍ୟ ବି କରୁଛନ୍ତି। ଏଭଳି ଘଟଣାବଳୀକୁ ନେଇ ଆରମ୍ଭ ହୋଇଥିଲା ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିନର ନାଟ୍ୟାଭିନୟ। ସଂଧ୍ୟାରେ ନଗର ପରିକ୍ରମା ପରେ ମହାରାଜ କଂସ ପ୍ରବେଶ କରିଥିଲେ ରଙ୍ଗମହଲରେ। ସେଠାରେ ନୃତ୍ୟଗୀତ ଆସରରେ ମସଗୁଲ ହେବା ପରେ ବାହରିଥିଲେ ରାଜଦରବାରକୁ। ସେଠାରେ ରାଜ ଅତିଥିଭାବେ ମନ୍ତ୍ରୀ ରୀତା ସାହୁ ଏବଂ ସମ୍ବଲପୁର ରେଳମଣ୍ତଳ ମହାପ୍ରବନ୍ଧକ ବିନିତ ସିଂହ ଯୋଗ ଦେଇଥିଲେ।

ତୃତୀୟ ଦିନରେ ନାଟ୍ୟାଭିନୟ କ୍ରମରେ ଶ୍ୟାମେଶ୍ବର ମହାଦେବ ଦର୍ଶନ କରିବା ସହ ଦେବକୀଙ୍କ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ପାଇ ମହାପ୍ରତାପୀ କଂସ ପ୍ରବେଶ କରିଛନ୍ତି ମଥୁରା କାରାଗାରରେ। ସେଠାରେ ତର୍ପଣ ଶିଳାରେ ଶିଶୁକୁ ପ୍ରହାର, ବିଜୁଳି କନ୍ୟାଙ୍କ ଦୈବବାଣୀ ଦୃଶ୍ୟ ଅଭିନୀତ ହୋଇଛି। ସେପଟେ କୃଷ୍ଣଜନ୍ମରେ ଆନନ୍ଦ ବିଭୋର ଗୋପପୁର। ଏପଟେ ମୃତ୍ୟୁ ଭୟରେ ହିତାହିତ ଜ୍ଞାନ ହରାଇ ବସିଥିବା କ˚ସ କେତେବେଳେ ବିଳାସରେ ବୁଡ଼ି ରହିଛନ୍ତି ତ କେତେବେଳେ ମରୁଭୂମିରେ ମରୀଚିକା ସଦୃଶ ତାଙ୍କୁ ସବୁଆଡେ଼ କୃଷ୍ଣ.. କୃଷ୍ଣ ଦେଖାଯାଉଛି। ଦେବକୀ-ବସୁଦେବଙ୍କ ଅଷ୍ଟମ ସନ୍ତାନକୁ ସ˚ହାର କରିବା ପାଇଁ ବ୍ୟଗ୍ର ହୋଇପଡୁଛନ୍ତି ଉନ୍ମତ୍ତ କ˚ସାସୁର।

ବିଜୁଳି କନ୍ୟାକୁ ଦେବକୀଙ୍କ କୋଳରୁ ଟାଣିଆଣି ଶିଳାରେ କଚାଡ଼ିବା ପାଇଁ ଉଦ୍ୟତ ହେବା ମାତ୍ରେ ମହାରାଜ କ˚ସଙ୍କ ହାତରୁ ମୁକୁଳି ବିଜୁଳିକନ୍ୟା ଶୂନ୍ୟକୁ ଉଠିଯାଇଛନ୍ତି। ଦୈବବାଣୀ ହୋଇଛି ‘ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ..’। ଏହା ଶୁଣି କ୍ରୋଧରେ ଜର୍ଜରିତ ମହାରାଜ କ˚ସ  ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଛନ୍ତି। କିଏ ସେ ବାଳକ ଯିଏ ହେବ ତାଙ୍କର ମୃତ୍ୟୁର କାରଣ ବୋଲି ଅଟ୍ଟହାସ୍ୟ କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟଗୀତକୁ ମନଭରି ଉପଭୋଗ କରିଛନ୍ତି ମହାରାଜ କ˚ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe