ମଥୁରାନଗରୀ/ଗୋପପୁର : ‘ଲେଖି ଅଛି କଂସ ହୋଇ ମହାରୁଷ / ଆରେ ଗୋପପତି ନନ୍ଦ । ଆଜ୍ଞା ପରମାଣେ ତତ୍କାଳେ ଚଳିବୁ / ନୋହିଲେ ଛେଦିବି ସ୍କନ୍ଦ..’ ଏଭଳି ଚିଟାଉ ନେଇ ଅକ୍ରୂରଙ୍କ ଗୋପପୁର ଗମନ ଦୃଶ୍ୟ ସହ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ଅକ୍ରୂରଙ୍କ କୃଷ୍ଣ-ବଳରାମ ଦର୍ଶନ, ଏବଂ ଗୋପପୁରକୁ ଯିବା ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହୋଇଥିଲା। କଂସଙ୍କ ଚିଟାଉ ନେଇ କୃଷ୍ଣଭକ୍ତ ଅକ୍ରୂରଙ୍କ ଗୋପପୁର ଗସ୍ତ କରିଛନ୍ତି। ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ କରିଛନ୍ତି। ଦୁଇ ଭାଇଙ୍କୁ ଦେଖିବାପରେ ଆନନ୍ଦରେ ଆଖିରୁ ଝରିଆସିଛି ଆନନ୍ଦାଶ୍ରୁ । ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ଗୋପାଙ୍ଗନାଙ୍କ ସହିତ ବନବିହାର ଓ ଲୁଚକାଳି , କୃଷ୍ଣଙ୍କ ଦ୍ୱାରା ଶଂଖଚୂଡ଼ ବଧ, ଶବରୀ ଠାରୁ କୃଷ୍ଣଙ୍କ କୋଳଖିଆ ଦୃଶ୍ୟ ଅଭିନୀତ ହୋଇଥିଲା। ଅନ୍ୟପକ୍ଷରେ ମହାରାଜ କଂସଙ୍କ ପରାକ୍ରମ ଜାରି ରହିଛି। ହେଲେ ଶୟନେ ସପନେ କୃଷ୍ଣଙ୍କ କଥା ମନକୁ ଆସୁଛି। କୃଷ୍ଣ ତାଙ୍କୁ ବଧ କରୁଥିବା ଦୃଶ୍ୟ ମହାପ୍ରତାପୀ କଂସଙ୍କୁ ବିଚଳିତ କରୁଛି।
ବରଗଡ଼ ଧନୁଯାତ୍ରା : ଅକ୍ରୂରଙ୍କ କୃଷ୍ଣପାଦ ଦର୍ଶନ
Advertisment
Follow Us