ବରଗଡ଼ ଧନୁଯାତ୍ରା : କଂସ ଦରବାରରେ ପ୍ରଶାସନ

Advertisment

ମନ୍ତ୍ରୀଙ୍କୁ ତାଗିଦ, ମାଧୁରୀଙ୍କୁ ଆଶୀର୍ବାଦ

ମନ୍ତ୍ରୀଙ୍କୁ ତାଗିଦ, ମାଧୁରୀଙ୍କୁ ଆଶୀର୍ବାଦ

ବରଗଡ଼ ଧନୁଯାତ୍ରା : କଂସ ଦରବାରରେ ପ୍ରଶାସନ

ମଥୁରାନଗରୀ/ଗୋପପୁର : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ରଂଗସଭା ଥିଲା ମୁଖ୍ୟ ଆକର୍ଷଣ। ନାଟ୍ୟାଭିନୟ କ୍ରମରେ ମହାରାଜଙ୍କ ଦରବାରରେ ରଂଗସଭା, କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚନା, ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ବିଚାର, ରାଜନର୍ତ୍ତକୀଙ୍କ ନୃତ୍ୟ ଉତ୍ସବ ସହ ଗୋପପୁରରେ ଗୋପୀଙ୍କ ଦଧିବିକା, ବସ୍ତ୍ରହରଣ ଓ ଯମୁନା ଆଳତି ଦୃଶ୍ୟ ଅଭିନୀତ ହୋଇଛି। ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ନିମନ୍ତ୍ରତ ରାଜାମାନେ ରଂଗସଭାରେ ନିଜ ପରାକ୍ରମ ପ୍ରଦର୍ଶନ କରି କୃଷ୍ଣ ବଧ ପାଇଁ ନିଜନିଜ ସୈନ୍ୟସାମନ୍ତଙ୍କ ସହିତ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗୋପପୁରେ ଜାରି ରହିଛି କୃଷ୍ଣଲୀଳା। ଗୁରୁବାର ଗୋପପୁରରେ ଗୋପୀଙ୍କ ଦଧିବିକା ସହ ଯାତ୍ରାର ମୁଖ୍ୟ ଆକର୍ଷଣ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଥିଲା।

ରଂଗମହଲରେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଅନ୍ତର୍ଜାତିକ ମହିଳା କ୍ରିକେଟର୍‌ ମାଧୁରୀ ମେହେଟ୍ଟା ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ହେଲେ ମହାରାଜ କଂସ ମନ୍ତ୍ରୀ ଶ୍ରୀ ସିଂଙ୍କୁ କଡ଼ା ତାଗିଦ କରିଥିଲେ। ମଥୁରାନଗରୀରୁ ଦାଦନ ଚାଲାଣ ଥମୁନାହିଁ। ସ୍ଥାନେସ୍ଥାନେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳୁଛି। ଶିଶୁ ଶ୍ରମିକ ଉପରେ ରୋକ୍‌ ଏବଂ ଦାଦନ ଚାଲାଣ ନିୟନ୍ତ୍ରଣ ନହେଲେ ଶିରଚ୍ଛେଦ ହେବ ବୋଲି ଚରମ ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ମାଧୁରୀଙ୍କୁ ମହାରାଜ କଂସ ପ୍ରଶଂସାରେ ପୋତି ପକାଇ ମଥୁରାନଗରୀର ଗୌରବ ବୋଲି ବିବେଚନା କରିଥିଲେ। ଭୟଭୀତ ନହୋଇ କ୍ରିକେଟରେ ମାଧୁରୀ ଆହୁରି ଆଗକୁ ବଢ଼ନ୍ତୁ ବୋଲି ମହାରାଜ କଂସ ଶୁଭକାମନା ଓ ଆଶୀର୍ବାଦ କରିଥିଲେ। ରାଜଦରବାରରେ ରାଜଅତିଥି ଭାବେ ଯୋଗ ଦେଇଥିଲେ ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର। ଏହାବାଦ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ଏଡିଏମ୍‌ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ସମେତ ସବୁ ବିଭାଗର ମୁଖ୍ୟ ଅଧିକାରୀ ରାଜଦରବାରରେ ହାଜିର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe