ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷୀକେଶ

Advertisment
ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷୀକେଶ

ବରଗଡ଼ : ଏଥର କିଏ ହେବ ବରଗଡ଼ ଧନୁଯାତ୍ରାର କଂସ? ଦୀର୍ଘ ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାରେ ଗୁରୁବାର ବିଳମ୍ବିତ ରାତିରେ ବିରାମ ପଡ଼ିଛି। ୪୧ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ ଆଗାମୀ ଧନୁଯାତ୍ରାର କଂସ ପାଇଁ ଚୟନ ହୋଇଛନ୍ତି। ୭୫ତମ ଧନୁଯାତ୍ରାରେ ହୃଷୀକେଶଙ୍କୁ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ଅମ୍ବାଭୋନା ବ୍ଲକ୍‌ ଚିଚୋଲି ଗାଁର ମୂଳ ନିବାସୀ ହୃଷୀକେଶ ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ। ନିଶା କିନ୍ତୁ ଅଭିନୟ। ୨୦୦୯ ମସିହାରୁ ୨୦୧୭ ଯାଏ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ। ଏଥର କଂସ ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ। ତେବେ ଗୁରୁବାର ଚୟନ ପ୍ରକ୍ରିୟାରେ ୪୨ଜଣ ସାମିଲ ଥିଲେ। ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଆସୁରିକ ଅଟ୍ଟହାସ୍ୟ, ଗମ୍ଭୀର ସଂଳାପରେ କମ୍ପି ଉଠିଥିଲା। ଜଣକ ପରେ ଜଣେ ଆଶାୟୀ ମଂଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାର ଜାହିର କରିଥିଲେ। ଶେଷରେ ହୃଷୀକେଶ ବାଜି ମାରିଥିଲେ।

ସେହିପରି ମହାମନ୍ତ୍ରୀ ପାଇଁ ଗୋପାଳଚନ୍ଦ୍ର ଦାଶ, ସାର୍ତକୀ ପାଇଁ ସେବକ ନାୟକ,  ଅକ୍ରୂର ପାଇଁ ଜଗନ୍ନାଥ ସାହୁ, ସେନାପତି ପାଇଁ  ଦୟାନନ୍ଦ ମାଝୀ,  ଚାଣୁର ପାଇଁ ମୁନେଶଚନ୍ଦ ଆଚାର୍ଯ୍ୟ, ମୁଷ୍ଟିକ ପାଇଁ ସୂର୍ଯ୍ୟପ୍ରକାଶ କର୍ଣ୍ଣ,  ଦେବକୀ ପାଇଁ କନକ ଡନ୍‌ସେନା ଚୌଧୁରୀ, ବାସୁଦେବ ପାଇଁ ମନୋଜ ସାହୁ, ଉଗ୍ରସେନ ପାଇଁ ଆର୍ତ୍ତତ୍ରାଣ ମହାପାତ୍ର ଏବଂ ନାରଦ ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପରିଚାଳନା କରିଥିଲେ।  ଲିଟୁ ମହାନ୍ତି, ଅଶୋକ ବହିଦାର, ଶିବଲାଲ ସାଗର, ହେମନ୍ତ ମହାପାତ୍ର, ଜମାଲ ଖାନ, ବ୍ରଜେନ୍ଦ୍ର ନାୟକ, ପ୍ରଦୀପ ଡି ମାଝୀ ବିଚାରକ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe