ବୈତରଣୀର ଆଖୁଆପଦା ଆନିକଟରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କ‌ଲେ ମୁଖ୍ୟମନ୍ତ୍ରୀ

Advertisment
ବୈତରଣୀର ଆଖୁଆପଦା ଆନିକଟରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କ‌ଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପେରଖରୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଆଖୁଆପଦା ଆନିକଟ  ନିକଟରେ  ବ୍ୟାରେଜ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନା‌ୟକ ଭର୍ଚୁଆଲ ମାଧ୍ୟମରେ ଏହି ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ୪ ଶହ ୮୦ କୋଟି ଟଙ୍କା ବ୍ୟୟରେ ଏହି ବ୍ୟାରେଜ ନିର୍ମାଣ ହେବ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ବରେଣ୍ୟ  ଅତିଥି ଭାବରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଭଣ୍ଡାରୀପୋଖରୀ  ବ୍ଲକ ଅଧ୍ୟକ୍ଷା  ସୁମତୀ ସେଠୀ, ସମାଜସେବୀ ଶରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ। ଯାଜପୁର ଜଳସେଚନ ମଣ୍ଡଳ ଅଧିନରେ ଥିବା ଏଇ  ପ୍ରକଳ୍ପ  ନିର୍ମାଣ ପାଇଁ ୪ ଶହ ୮୦ କୋଟି ଟଙ୍କାର ବ୍ୟୟ  ଅଟକଳ ମଂଜୁର କରାଯାଇଛି।

ଜନସଂଖ୍ୟା ବୃଦ୍ଧି ଯୋଗୁ ଜଳର ବହୁଳ ବ୍ୟବହାର ଯୋଗୁଁ ଭୁତଳ ଜଳସ୍ତର ହ୍ରାସ ପାଇବା ସହ ପାନୀୟ ଜଳ, କୃଷି କ୍ଷେତ୍ର ଓ ଶିଳ୍ପ ପାଇଁ ସୃଷ୍ଟି ହେଉଥିବା ଜଳ ସଂକଟର  ସ୍ଇୟେୀ ନିରାକରଣ ପାଇଁ ଏହି ଏକିକୃତ ଅନ୍ତନଦୀ ଜଳାଶୟ ପ୍ରକଳ୍ପ ଆଞ୍ଚଳିକ ଜନ ଜୀବନ ପାଇଁ ବହୁ ‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସଭାରେ ଉପସ୍ଥିତ ଥିବା ଅତିଥିମାନେ ବକ୍ତବ୍ୟରେ କହିଥିଲେ। ଏହି ପ୍ରକଳ୍ପ ଦ୍ବାରା ନଦୀ ମାଧ୍ୟମରେ ବ୍ୟାରେଜ ନିର୍ମାଣ ଜରିଆରେ ବହି ଯାଉଥିବା ବଳକା ଜଳକୁ ବାନ୍ଧି ରଖି ଅନ୍ତନଦୀ ଜଳାଶୟ ସୃଷ୍ଟି କରାଯାଇ ଜଳ ସୁରକ୍ଷା ସହ ଭୂତଳ ଜଳସ୍ତରକୁ ବୃଦ୍ଧି କରାଯାଇ ପାରିବ।

publive-image

ଅସମୟରେ ମଧ୍ୟ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିବ। ରବି ଋତୁରେ ଏଇ ଜଳକୁ ବ୍ୟବହାର କରି ତୈଳ ଓ ଡାଲି ଜାତୀୟ ତଥା ପନି ପରିବା ଚାଷ ଓ ବର୍ଷ ସାରା ମାଛଚାଷ କରାଯାଇ ପରିବ। ଆଖୁଆପଦାର ଏଇ ଜଳ ପ୍ରକଳ୍ପ ଦ୍ବାରା ଭଣ୍ଡାରିପୋଖରୀ ବ୍ଲକର ୨୦୮ ଟି ଗାଁର ଚାଷୀମାନେ ଉପକୃତ ହୋଇପାରିବେ ବୋଲି କୃଷକ ନେତା ଶରତ ଚନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ଅବସରରେ ଅବଗତ କରାଇ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ବିନା ଜମି ଅଧିଗ୍ରହଣ ଓ ବିନା ବିସ୍ଥାପିତରେ ସାରା ରାଜ୍ୟରେ ଏଭଳି ଅଭିନବ ପ୍ରକଳ୍ପ ନିର୍ମାଣ ପାଇଁ ସାରା ରାଜ୍ୟରେ ୧୧ ହଜାର ୭ ଶହ କୋଟି ଟଙ୍କାର ଅଟକଳ ରାଜ୍ୟ ସରକାର କରିଛନ୍ତି। ଏଇ ଯୋଜନାରେ ରାଜ୍ୟର ୭୨ଟି ପ୍ରକଳ୍ପ ନିର୍ମାଣ କରାଯିବାକୁ ଥିବା ବେଳେ  ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ୧୩ ଟି ଜିଲ୍ଲାର ୪ ହଜାର ୬୦୦ କୋଟି ଟଙ୍କାରେ  ୧୯ ଟି ଏକକୃତ ଅନ୍ତନଦୀ ଜଳାଶୟ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି। ୩ଟି ପର୍ଯ୍ୟାୟରେ ସମସ୍ତ ୭୨ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଏଇ ଅବସରରେ ଭଣ୍ଡାରିପୋଖରୀର ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜ କାନ୍ତ ନାୟକ, ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡାଇ, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ  ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ ଓ ଅନ୍ୟ ଜନ ପ୍ରତିନିଧି ତଥା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଏଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe