୨୦ରୁ ବରପାଲି ଶୀତଳ ଷଷ୍ଠୀ ଯାତ୍ରା

Advertisment
୨୦ରୁ ବରପାଲି ଶୀତଳ ଷଷ୍ଠୀ ଯାତ୍ରା

ବରପାଲି : ବରଗଡ଼ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା ୨୦ ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ କମିଟି ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି। ମହୋତ୍ସବ ପାଇଁ ବିଭିନ୍ନ କାରିଗର ନିଜ ନିଜ କାମରେ ଶେଷ ସ୍ପର୍ଶ ଦେବାରେ ଲାଗି ପଡ଼ିଛନ୍ତି। ବିଭିନ୍ନ ମେଢ଼ ପାଇଁ ପରଭା କାମ ଭଣ୍ଡାର ଗୃହ ନିକଟ ସମଲେଶ୍ୱରୀ ଏମ୍‌ଇ ସ୍କୁଲରେ କରାଯାଉଛି। ଏଠାରେ ମୁଖ୍ୟତଃ ବଡ଼ ପରଭା, ବିବାହ ପରଭା ଓ ଭୈରବ ପରଭା କାମ ଚାଲିଛି।

ପରଭା ସବୁ ଅତି ସୁନ୍ଦର ଓ ମନଲୋଭା କିପରି ଦେଖାଯିବ ସେଥିପାଇଁ ନବୀନ ସାହୁ, ପ୍ରଦୀପ ସାହୁ, ଅଜିତ ସାହୁ, ରବୀନ୍ଦ୍ର ସାହୁ, ସନ୍ତୋଷ ସାହୁ, ବିଦ୍ୟା ରାୟ, ମନୋଜ ବେରିହାଙ୍କ ସହ ବହୁ କାରିଗର ଲାଗି ପଡ଼ିଛନ୍ତି। ସେହିପରି ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମାଗୁଡ଼ିକୁ କାରିଗର ନିମାଇଁ ମେହେର ରଙ୍ଗ ବୋଳି ଜୀବନ୍ତ ରୂପ ଦେବାକୁ ପ୍ରୟାସ କରୁଛନ୍ତି। କଳାକୁଞ୍ଜ ପାଇଁ ବିଭିନ୍ନ ପ୍ରକାରର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ମୂର୍ତ୍ତି କାରିଗର ତଥା ରଣା ପରିବାରର ମୁଖ୍ୟ ଶଙ୍କର ରଣାଙ୍କ ସହ ମହେନ୍ଦ୍ର ରଣା, ପିଙ୍କୁ ରଣା।

ଏଥର ରାବଣ ତାଣ୍ଡବ ମନ୍ତ୍ର, ଶିବ ବରାତ, ମାର୍କଣ୍ଡେୟ ମୂର୍ତ୍ତି, ଦକ୍ଷ ଯଜ୍ଞ ଆଦି ବିଷୟ ଆଧାରିତ ମୂର୍ତ୍ତି ତିଆରି ଚାଲିଛି। ଶୀତଳ ଷଷ୍ଠୀ ମହୋତ୍ସବରେ ଏଥର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ରଣା ମତ ଦେବା ସହ ତାଙ୍କ ବାପା ଅଜା ଅମଳରୁ ଏହି କାର୍ଯ୍ୟ ତୁଳାଇ ଆସୁଥିବା ଏବଂ ଏଥିରେ ତାଙ୍କୁ ବେଶ ସନ୍ତୋଷ ମିଳୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe